ଉଦଳା ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଟଲୀ ବିଧାୟକ ସୁଶାନ୍ତ ସିଂହ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ‌‌


ବାରିପଦା /ଉଦଳା ,ତା୨୭/୭/୨୦୨୬ (କ ବ୍ଯୁ) : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସଭାପତିତ୍ୱ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ମନ୍ତ୍ରୀ ତଥା ଭଟଲୀ ର ବିଧାୟକ ଶ୍ରୀଯୁକ୍ତ ଶୁଶାନ୍ତ ସିଂହ ଙ୍କ ଅକାଳ ବିୟୋଗ ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ।ଉଦଳା ବିଜୁଜନତା ଦଳ ର ନେତା ଓ ଛାମୁଆ ସଂଗଠନ ର ସଦସ୍ୟ ବୃନ୍ଦ ଶ୍ରଦ୍ଧାଞ୍ଜଳି ସଭା ରେ ନିରବ ପ୍ରାର୍ଥନା ପୂର୍ବକ ତାଙ୍କର ଆତ୍ମାର ସଦଗତି କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ବିଜଦ ର ସାଧାରଣ ସମ୍ପାଦକ ଅମିୟ କୁମାର ବଳ, ସ଼ଂମ୍ପାଦକ ବନମାଳୀ ବେହେରା, ଉପସଭାପତି ଶଶଧର ସ୍ବାଇଁ ,ଉଦଳା ବ୍ଲକ ସଭାପତି ଗୋବିନ୍ଦ ନାୟକ, ପୂର୍ବ ତନ କୋଡିନେଟର କୃଷ୍ଣ ଚୈତନ୍ୟ ସଦୁଆଳ, ଶିକ୍ଷା ବିତ ଚିତ୍ତରଞ୍ଜନ ବାରିକ ,ଛାତ୍ର ନେତା ଆଶିଷ ଦାସ,ଭବାନି ମହାନ୍ତ,ଶୁଶାନ୍ତ ବେହେରା ,ପ୍ରତାପ ବେହେରା,ସାଇବ ବେହେରା,ଗୋଲକ ପଣ୍ଡା,ସାହେବ ହେମ୍ବ୍ରମ, ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗଦାନ କରି ଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *