ଅନ୍ତର୍ଜାତୀୟ ହେନ୍ତାଳ-ବନ୍ଯ ଦିବସ 26th of July ✍️ ଜୁଲାଇ ୨୬ ତାରିଖ

ଆହାଃ କି ସୁନ୍ଦର ପ୍ରକୃତି ସୃଜନ
ପରମେଶ୍ବରଙ୍କ ଦାନ,
ଜୀବଜନ୍ତୁ ସାଥେ ପାହାଡ଼-ପର୍ବତ
ବୃକ୍ଷଲତା ଆଚ୍ଛାଦନ ।

ବାରି-ବଗିଚା କି ତୋଟା-ପଡ଼ିଆରେ
ବୃକ୍ଷେ ଶୋଭେ ଫଳ-ଫୁଲ,
ନିକାଞ୍ଚନ ଅବା ଅବବାହିକାରେ
ପ୍ରକୃତି ଘଞ୍ଚ-ଜଙ୍ଗଲ ।

ସର୍ବ ବନ୍ଯ-ପ୍ରାଣୀ ପଶୁ-ପକ୍ଷୀଙ୍କର
ଯେ’ ନିର୍ଭୟ ବାସସ୍ଥାନ,
ବାୟୁମଣ୍ଡଳକୁ ବିଶୁଦ୍ଧ ସହିତ
ମୃତ୍ତିକାର ସଂରକ୍ଷଣ ।

ଝାଉଁ ବୃକ୍ଷ ଭଳି ବିଭିନ୍ନ ହେନ୍ତାଳ
ଲୁଣି ସହନ ପାଦପ,
ଲୁଣି ବାୟୁ ଅବା ସନ୍ତସନ୍ତିଆରେ
ବିସ୍ତିର୍ଣ୍ଣ ବନ୍ଯ ଅମାପ ।

ବିଷାକ୍ତ ହେନ୍ତାଳେ ସରୀସୃପ ବନ୍ଯେ
ଗମନାଗମନ ଭୀତ,
ହେଲେ ହେଁ ବିପଦ ଜନେ ଶୁଭଙ୍କର
ବନ୍ଯା-ବାତ୍ଯା ନିୟନ୍ତ୍ରିତ ।

ତାମିଲନାଡୁରେ ପିଚାଭରମ୍ ଓ
ବଙ୍ଗରେ ସୁନ୍ଦରବନ,
ଉତ୍କଳ ରାଜ୍ୟରେ ଭିତରକନିକା
ବ୍ରାଜିଲରେ ଆମାଜନ ।

ଏମନ୍ତ ପ୍ରକାର ଲୁଣା ଓ ହେନ୍ତାଳ
ଜଙ୍ଗଲ ସହସ୍ରାଧିକ,
ଜୀବଜନ୍ତୁ ବାସ ପ୍ରକୃତି ସୁରକ୍ଷା
ସନ୍ତୁଳନ ନିର୍ବାହକ ।

ବର୍ଷାରେ ସନ୍ତୁଷ୍ଟ ପବନେ ମୋହିତ
ଗ୍ରୀଷ୍ମରେ ଅଗ୍ନି ସନ୍ତାପ,
ସର୍କାରୀ କର୍ତ୍ତବ୍ଯେ ଜଙ୍ଗଲ ସୁରକ୍ଷା
ବନ୍ଯ ସମ୍ପଦ ଦୁଷ୍ପ୍ରାପ ।

ଦି’ ହଜାର ପନ୍ଦ୍ର ଜୁଲାଇ ଛବିଶେ
ଜାତିସଂଘରେ ରଚନ,
ଚିନ୍ତନେ ହେନ୍ତାଳ ବନ୍ଯ ସଂରକ୍ଷଣେ
ଉତ୍ସବୀୟ ସଚେତନ ।

ପୁରୀରୁ କୋଣାର୍କ ସାଗର ବେଳାରେ
ଶୋଭେ ଝାଉଁବଣ ଦୃଶ୍ଯ,
ଯାତ୍ରା ପଥପ୍ରାନ୍ତେ ଚିତ୍ତ ବିମୋହିତେ
କବି ଶମ୍ଭୁନାଥ ଦାସ ।✍️

ଶମ୍ଭୁନାଥ ଦାସ
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର/

Leave a Reply

Your email address will not be published. Required fields are marked *