ଯୋଗଦେଲେ ନୂତନ ବ୍ଲକ ଶିକ୍ଷାଧିକାରୀ

ଚଣ୍ଡିଖୋଲ୨୩/୭,(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ଏକ ବର୍ଷରୁ ଅଧିକ ଦିନ ହେବ ଖାଲି ପଡିଥିବା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ପଦବୀଟି ଆଜି ପୂରଣ ହୋଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ଲୋପାମୁଦ୍ରା ମହାପାତ୍ର ଆଜି ବ୍ଲକ ଶିକ୍ଷାଧିକାରୀ ଭାବେ

ଯୋଗଦେଇଛନ୍ତି । ସୂଚନା ମୁତାବକ ଧର୍ମଶାଳା ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଅଭୟ କୁମାର ବେହେରା ବଡ଼ଚଣା ବ୍ଲକର ଶିକ୍ଷାଧିକାରୀ ଭାବେ ଗତ ଏକ ବର୍ଷ ହେବ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ଏଥିପାଇଁ ଉଭୟ ବ୍ଲକର ଶିକ୍ଷା ବିଭାଗରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲା । ତେବେ ଖାଲି ପଡିଥିବା ବଡ଼ଚଣାର ଶିକ୍ଷାଧିକାରୀ ପଦବୀ ପୂରଣ ହୋଇଥିବାରୁ ବଡ଼ଚଣାର ବିଭିନ୍ନ ମହଲରୁ ଆନନ୍ଦ ପ୍ରକାଶ ପାଇବା ସହିତ ନୂତନ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *