ଉଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ଦୁର୍ନୀତି ପ୍ରସଙ୍ଗ…ଜୁଲାଇ ୧୫ ଉଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କର କାର୍ଯ୍ୟାଳୟ ଘେରାଓ : ଭଞ୍ଜସେନା


ବାରିପଦା -ଉଦଳା(କ: ବ୍ଯୁ)ତା୨୨/୦୭/୨୦୨୬
ମହାଶୟ,
ମୟୂରଭଞ୍ଜ ଜିଲ୍ଲା ଉଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କର କାର୍ଯ୍ୟାଳୟ ଅଧିନସ୍ଥ ଏରିଆରେ ଦୁର୍ନୀତି ସଂପୃକ୍ତ ବିଭିନ୍ନ କାର୍ଯ୍ୟକଳାପ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀ- ଠିକାଦାର ମାନଙ୍କ ମିଳିତ ଭାବେ ଦୁର୍ନୀତି କୁ ପ୍ରଶ୍ରୟ ଦେଉଥିବା କାର୍ଯ୍ୟକଳାପ ବାବଦରେ ଆଜି ଭଞ୍ଜସେନା କପ୍ତିପଦା ଉପଖଣ୍ଡ ଶାଖା ପକ୍ଷରୁ କପ୍ତିପଦା ଉପଖଣ୍ଡ ପ୍ରଶାସନ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରି ହୋଇଥିବା ଦୁର୍ନୀତି ବାବଦରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ଭିଜିଲାନ୍ସ ମାଧ୍ୟମରେ ଏସବୁର ତଦନ୍ତ କରାଇବା ସକାଶେ ଆଦେଶ ଦେବା କୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ EIC – 1 ଙ୍କ ଉଦ୍ଧେଶ୍ୟରେ ପ୍ରେରଣ କରାଯାଇଛି ଆଉ ଭୁବନେଶ୍ବର ସ୍ଥିତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ରେ ମଧ୍ୟ ଏହାର କପି ପ୍ରଦାନ କରାଯାଇଛି |
ଯଦି ଆଗାମୀ ୭ ଦିନ ମଧ୍ୟରେ ତଦନ୍ତ ନେଇ କୌଣସି ନିର୍ଦ୍ଦେଶ ନ ଆସେ ତେବେ ଚଳିତ ଜୁଲାଇ ମାସ ୧୫ ତାରିଖ ବୁଧବାର ଦିନ ଉଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କର କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଭଞ୍ଜସେନା ଉଦଳା ସହର ଶାଖା ସଭାପତି ଲକ୍ଷ୍ମୀଧର ସାହୁ ସୂଚନା ପ୍ରଦାନ କରିଛନ୍ତି |

Leave a Reply

Your email address will not be published. Required fields are marked *