ବାଲି ମାଫିଆଙ୍କ ଉପରେ ଆଜି ପୁଣି ଏକ ବଡ଼ ଧରଣର ଚଢ଼ାଉ

ରାଜଗାଙ୍ଗପୁର (କ.ବ୍ୟୁ) ୧୧.୦୭.୨୬ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସଂଖ ନଦୀ କୂଳରୁ ବାରମ୍ବାର ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଥିବାରୁ ତିନି ଦିନ ତଳେ ଖଣି ବିଭାଗ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଦଲକି, ସାଜବାହାଲ ଏବଂ ସାଲଙ୍ଗାବାହାଲ ଗ୍ରାମ ରେ ଅବୈଧ ଭାବେ ଗଛିତ ୮୧ ଗୋଟି ବାଲି ଗଦା ମାପ କରି ସମୁଦାୟ ୧,୦୩,୩୮୪ ଘନ ମିଟର ବାଲି ଜବତ୍ କରାଯାଇଥିବା ବେଳେ ବାଲି ପରିବହନ କରୁଥିବା ଗୋଟିଏ ଟ୍ରକକୁ ମଧ୍ୟ ଜବତ୍ ପରେ ଜରିମାନା ଆଦାୟ କରି ଖଣି ବିଭାଗର ହେପାଜତରେ ଦିଆଯାଇଥିଲା। ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ ଗଠିତ ସ୍ବତନ୍ତ୍ର ଟିମ୍ ଲକ୍ଷ୍ମୀପୋଷ, ତରକେରା, ସମଲେଇମୁଣ୍ଡା ଗ୍ରାମରେ ଗଛିତ ଅବୈଧ ବାଲି ଗଦାକରି ରଖିଥିବା ବାଲିଗଦା ସବୁକୁ ମାପ କରି ବ୍ୟାପକ ପରିମାଣରେ ବାଲି ଜବତ୍ କରିବା ସହିତ ବଡ଼ ଅଙ୍କରେ ଜୋରିମାନା କରାଯାଇଥିବାର କୁହାଯାଉଛି । ଦିର୍ଘ ଦିନଧରି ସରକାର ବାଲିଘାଟ ନିଲାମ କରିନଥିବା ବେଳେ ନିର୍ବାଧରେ ବାଲି ଚୋରା ଚାଲାଣ ହେଉଥିବାରୁ କୋଟି କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି ସରକାର ଏବଂ ଲୋକେ ନିଜ ପ୍ରତିକ୍ରିୟାରେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟ ରାଜପଥ କଡ଼ରେ ଏତେ ପରିମାଣରେ ବାଲି ଗଦା ହୋଇଥିବା ବେଳେ କ୍ଷମତା ସମ୍ପନ୍ନ ଅଧିକାରୀ ମାନେ ବାଲି ଚୋରା ଚାଲାଣ ବିଷୟରେ କେମିତି ଜାଣିପାରିଲେ ନାହିଁ ଏହା ହେଉଛି ଲୋକଙ୍କ ବଡ଼ ପ୍ରଶ୍ନ ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *