ଚାଉଳିଆଗଞ୍ଜ ଥାନା ଆଇ ଆଇ ସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା

କଟକ : କଟକ ଚାଉଳିଆଗଞ୍ଜ ଥାନାର ଆଇ ଆଇ ସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ତାଙ୍କର ନିଜ କ୍ଵାର୍ଟରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ। ତଥାପି ପାରିବାରିକ ବା ମାନସିକ କିମ୍ବା କାର୍ଯ୍ୟଚାପରୁ ଆତ୍ମହତ୍ୟା ହୋଇଥିବା ଆଶଙ୍କା କରାଯାଉଛି। ଆଜି ସକାଳେ ସେ କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକ କବାଟ ଭାଙ୍ଗି ପ୍ରଥମେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି। ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଚାଉଳିଆଗଞ୍ଜ ଥାନା ଆଇ ଆଇ ସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ କ୍ଵାର୍ଟରରେ ପହଞ୍ଚିଛନ୍ତି। ପୋଲିସ ଏହି ଆତ୍ମହତ୍ୟା ଘଟଣାକୁ ଗୁରୁତ୍ଵର ସହ ନେଇ ତଦନ୍ତ ଜାରି ରଖିଛନ୍ତି। ପୋଲିସ କମିଶନର ଏସ ଦେବଦତ୍ତ ସିଂ , ଡିସିପି ଋଷିକେଶ ଖିଲାରୀ ମଧ୍ୟ ତାଙ୍କ ଆତ୍ମହତ୍ୟା ଘଟଣାକୁ ଗୁରୁତ୍ଵର ସହ ନେଇ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *