ନୟାଗଡ : ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଠିଆ ହୋଇ ନିରବ ପ୍ରତିବାଦ କଲେ ଡାକ୍ତର ମାନେ। ୩ ଦିନ ବ୍ୟାପି ୧0 ଦଫା ଦାବି ନେଇ ନୟାଗଡ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ମାନେ କାର୍ଯ୍ୟ ବନ୍ଦ ଧାରଣା ଦେଇଥିଲେ। ଆଜି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମେଡିକାଲ ପରିସର ରେ କାର୍ଯ୍ୟ ବନ୍ଦ ଧାରଣା ଦେବାକୁ ମନା କରିଥିଲେ। ଆଜି ଡାକ୍ତର ମାନେ ସମୂହ ଏକତ୍ରିତ ହୋଇ ମେଡିକାଲ ଆଗରେ ଠିଆ ହୋଇ କାର୍ଯ୍ୟ ବନ୍ଦ ଧାରଣା ଦେଇଥିଲେ। ସରକାର ଚାପ ପକାଉ ଛନ୍ତି । ଡାକ୍ତର ମାନଙ୍କୁ ଭୟ ଭିତ କରୁଛନ୍ତି। ବାରମ୍ବାର ଆଲୋଚନା କରୁଥିଲେ ମଧ୍ୟ ଡାକ୍ତର ଙ୍କ ଦାବି ପୂରଣ ହୋଇନଥିଲା। ବର୍ତମାନ ନୟାଗଡ ଜ଼ିଲ୍ଲା ରେ ରୋଗୀ ସେବା ବ୍ୟାଘାତ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ