ନୟାଗଡ : ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ ହେଉନାହିଁ। କାର୍ଯ୍ୟ ରକ୍ତ ଡାକ୍ତର ମନା କରୁଛନ୍ତି। ୩ ଦିନ ବ୍ୟାପି ଡାକ୍ତର ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରିରହିଛି। ଡାକ୍ତର ଙ୍କ ସ୍ଥାନରେ ଆୟୁଷ ଡାକ୍ତର ମାନେ କାର୍ଯ୍ୟ କରୁଛନ୍ତି। ଆଜି ମଧ୍ୟାହ୍ନ ସମୟରେ ନୟାଗଡ ଜ଼ିଲ୍ଲା ଖଣ୍ଡପଡା ଥାନା ପଥରଗଣ୍ଡ ଗାଁ ର ପ୍ରଭାତ ଖଡ଼ିରନ୍ତ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିଲା। ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଡାକ୍ତର ନଥିବାରୁ ଶବବ୍ୟାଚ୍ଛେଦ ପାଈଁ କାର୍ଯ୍ୟ ରେ ଥିବା ଡାକ୍ତର ମନା କରିଥିଲେ। କିଛି ସମୟ ପାଈଁ ବିବାଦ ଦେଖାଦେଇଥିଲା । ଟାଉନ ପୋଲିସ ର ହସ୍ତକ୍ଷେପ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ର ADMO ଶବବ୍ୟବଛେଦ ପାଈଁ ଡାକ୍ତର ନିଯୁକ୍ତି କରିଥିଲେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ