
କଟକ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ଜାରି ରହିଛି ଜୋରଦାର ଖୋଲତାଡ଼। ଧୀରେ ଧୀରେ ଡିଜିଟାଲ ପ୍ରମାଣ ଆଧାର ରେ ମୃତ୍ୟ ରହସ୍ୟର ଖୋଲୁଛି ଗୁମର। ପ୍ରେମିକ ଭିମେସେନ ଟୁଡୁ ଗିରଫ ହେଲା ପରେ ମଧ୍ୟ ତ୍ରିକୋଣିୟ ପ୍ରେମ ସମ୍ପର୍କ , ବିବାହ କୁ ମନା କରିବା ଆଦି ଦିଗରେ ଅନେକ ତଥ୍ୟ ହାସଲ କଲାଣି କମିଶନରେଟ ପୋଲିସ ।ଏହାରି ଭିତରେ ବାରଙ୍ଗ ଥାନାର ତିନି ଜଣିଆ ଟିମ ଚନ୍ଦ୍ରିକା ଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିସାରିଛି । ମୃତ୍ୟୁ ପୂର୍ବରୁ ତିନି ତାରିଖ ରେ ଚନ୍ଦ୍ରିକା ଓ ତାଙ୍କ ମା ଙ୍କ ସହ whatsapp ଚାଟ ସବୁ ମିଳିଛି । ସେ ଗୁଡ଼ିକ ସିଜ କରିଛୁ ବୋଲି କହିଛନ୍ତି କଟକ ଡିସିପି । Whatsapp ଚାଟରେ ସେ କହିଛନ୍ତି ଭୀମ ସେନ ପାଇଁ ମୁଁ କିଛି ଶେଷ ପଦକ୍ଷେପ ନେବି । ମୁଁ ଯଦି କିଛି ପଦକ୍ଷେପ ନେଉଛି ତାହେଲେ ତମେ ପୁରୁଷ ବନ୍ଧୁ ଭୀମସେନ ବିରୋଧରେ କେଶ ଦେବ । ଦୁଇ ଜଣଙ୍କ ମୋବାଇଲ ସିଜ କରାଯାଇଛି । ଆତ୍ମହତ୍ୟା ପୂର୍ବରୁ ଚନ୍ଦ୍ରିକା ଯାହା ଯାହା ସହ ଫୋନରେ କଥା ହୋଇଛନ୍ତି ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଡିଜିଟାଲ ପ୍ରମାଣ ଯୋଗାଡ଼ କରାଯାଉଛି । ଭୀମସେନ କୁ ରିମାଣ୍ଡ ରେ ଆଣି ପଚରା ଉଚରା କରାଯିବ । ବାହାଘର କୁ ନେଇ ମନା କରିଥିବା ଚାଟିଂ ଓ ରେକର୍ଡ କୁ ସିଜ କରାଯାଉଛି । ଚନ୍ଦ୍ରିକା ଭୁବନେଶ୍ୱର ଆସି କାହା ପାଖେ ରହୁଥିଲେ ସେ ସବୁ ଦିଗରେ ତଦନ୍ତ କରାଯାଉଛି । ଗୋପବନ୍ଧୁ ତାଲିମ କେନ୍ଦ୍ର କୁ ଭୀମସେନ ଗିରଫ ବାବଦ ରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ରେକଡିଂ କୁ ଏକ୍ସପେର୍ଟ ଙ୍କ ଦ୍ଵାରା ରିକଭରି କରାଯାଇ ସାଇବର ଫରନେସିକ କୁ ପଠାଯିବ । ଡିଜିଟାଲ ପ୍ରମାଣ ଘଟଣାରେ ବହୁତ ଗୁରୁତ୍ୱ ବହନ କରୁଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି କଟକ ଡିସିପି ।