
କଟକ : କଟକ ଆସନ୍ତା ଜୁନ ୧୪ ତାରିଖ ଦିନ କଳାବିକାଶ କେନ୍ଦ୍ର ଠାରେ ସୁର ମନ୍ଦିର ଜୀବନବ୍ୟାପୀ ସାଧନା ସମ୍ମାନ ନିମନ୍ତେ ଗୁରୁ ଭାଗୀରଥୀ ମହାପାତ୍ରଙ୍କୁ ସମ୍ମାନିତ କରାଯିବ। ଏହାବ୍ୟତୀତ ସୁଚିସ୍ମିତା ମନ୍ତ୍ରୀ ଓ ମେଘନା ମିଶ୍ରଙ୍କୁ ପ୍ରିୟ ଓଡିଆଣୀ ଏବଂ ଡ: ସ୍ନେହପ୍ରଭା ସାମନ୍ତରାୟଙ୍କୁ ଉଷାରାଣୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁର ମନ୍ଦିର ପକ୍ଷରୁ ଘୋଷଣା କରାଯାଇଛି। କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସୁର ମନ୍ଦିର” ପକ୍ଷରୁ ଓଡ଼ିଶାର ମହାନ ରଜ ପର୍ବ ଅବସରରେ ଚଳିତ ଜୁନ ୧୪, ୧୫ ଏବଂ ୧୬ରିଖ ତିନିଦିନ ଧରି କଟକ କଳାବିକାଶ କେନ୍ଦ୍ରଠାରେ ସନ୍ଧ୍ୟା ଘ୬.୩୦ମି. ସମୟରେ ମହାସମାରୋହରେ “ରଜ ମହୋତ୍ସବ” ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆମର ମହନୀୟ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ତାହାର ପ୍ରଚାର, ପ୍ରସାର ତଥା ବିକାଶ ଲକ୍ଷ୍ୟରେ ପାରମ୍ପରିକ ଶୈଳୀରେ ମୁଖ୍ୟତଃ ଲୋକସଂସ୍କୃତିକୁ ଅଧାର କରି ଆମେ ଆୟୋଜନ କରିଛୁ “ରଜ ମହୋତ୍ସବ” ର ବର୍ଣ୍ଣାଢ୍ୟ ନୃତ୍ୟ, ସଙ୍ଗୀତ ଓ ଅଭିନୟ ବିଚିତ୍ରା । ସେଥିସହ ୧୪ ତାରିଖ ଦିନ ପିଠା ପ୍ରତିଯୋଗିତା ପ୍ରଦର୍ଶନ ସଂନ୍ଧ୍ୟା ୫.୩୦ମି.ରେ ଅନୁଷ୍ଠିତ ହେଉଛି । ଏଥ୍ ସହିତ ଚିତା, ଝୋଟି, ମୁରୁଜ, ପୁଚିଖେଳ, ଦୋଳି ଖେଳ, ପୋଡ଼ପିଠା ଓ ଅନ୍ୟାନ୍ୟ ପିଠା ପ୍ରସ୍ତୁତି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେଉଛି । ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନ, ଉଷାରାଣୀ ସମ୍ମାନ ଓ ପ୍ରିୟ ଓଡ଼ିଆଣୀ ସମ୍ମାନାଦୀ ଆୟୋଜିତ ହେଉଛି । ଏହି ଉତ୍ସବରେ ତା୧୪ ଜୁନ ୨୦୨୬ ଦିନ ସୁରମନ୍ଦିର ଜୀବନବ୍ୟାପୀ ସାଧନା ସମ୍ମାନ ନିମନ୍ତେ ଗୁରୁ ଭାଗିରଥୀ ମହାପାତ୍ର ସମ୍ମାନୀତ ହେବାସହ ସୁଚିଶ୍ମିତା ମନ୍ତ୍ରୀ ଓ ମେଘନା ମିଶ୍ର “ପ୍ରିୟ ଓଡ଼ିଆଣୀ” ଏବଂ ଡ. ସ୍ନେହପ୍ରଭା ସାମନ୍ତରାୟ “ଉଷାରାଣୀ ସମ୍ମାନ” ରେ ସମ୍ମାନୀତ ହେବେ । ଏହି ଉତ୍ସବକୁ ବେଙ୍ଗାଲୁରୁରୁ ନୃତ୍ୟାନ୍ତର ଗ୍ରୁପ୍, କଲିକତାରୁ ଶାଶ୍ୱତୀ ଗରାଇ ଘୋଷ, କଟକରୁ ମୀରାଦାସ ଏବଂ ଗୁଞ୍ଜନ ଡ୍ୟାନ୍ସ ଏକାଡ଼େମୀ, ଭୂବନେଶ୍ୱରରୁ ସତ୍ୟପ୍ରକାଶ ଏବଂ ସଞ୍ଜନା, କଟକରୁ ଚିନ୍ମୟ ଏବଂ ସମ୍ଭାବୀ ଇତ୍ୟାଦି କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ସୁରମନ୍ଦିରର କଳାକାରମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିବେ । ଶ୍ରୀଯୁକ୍ତ ଆର୍ଶୀବାଦ ବେହେରା ହେଉଛନ୍ତି ଏହି ଅନୁଷ୍ଠାନର ସଭାପତି ଓ ଏହି ମହୋତ୍ସବର ମୁଖ୍ୟ ପୃଷ୍ଠପୋଷକ । ରଜ ମହୋତ୍ସବର ସଫଳ ଓ ସାର୍ଥକ ସଂଗଠନ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସଭ୍ୟ ଚାନ୍ଦା ବ୍ୟତୀତ ସ୍ମରଣିକା ପ୍ରକାଶନ, ବିଜ୍ଞାପନ, ସ୍ପନ୍ସରସିପ୍ ଏବଂ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ଅନୁଦାନରେ ଏହି ବ୍ୟୟ ଅଟକଳକୁ ଭରଣା କରାଯିବା ପାଇଁ ଉଦ୍ୟମ ଚାଲିଛି । ଆଜି ଓସିଏ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ ମନ୍ଦିରର ସାଧାରଣ ସମ୍ପାଦକ ଜ୍ୟୋତ୍ସ୍ନା ସାହୁ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ରାଧାମୋହନ ସାହୁ ଏବଂ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ତଥା ସୂର୍ ମନ୍ଦିର ର ମୁଖ୍ୟ ପରାମର୍ଶ ଦାତା ଚଣ୍ଡୀ ପରିଜା ରଜ ମହୋତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ।