ଯାଜପୁର ଓଷ୍ଟା ର ପ୍ରାକ୍ତନ ସଭାପତି ଙ୍କ ବିୟୋଗ।

ଚଣ୍ଡିଖୋଲ,୯/୬(କ ବ୍ୟୁ) ବିଶିଷ୍ଟ ଶିକ୍ଷକ ନେତା, ଯାଜପୁର ଜିଲ୍ଲା ଓଷ୍ଟା ର ପ୍ରାକ୍ତନ ସଭାପତି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ, ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ, ଗଣପତି ଜ୍ଞାନ ମନ୍ଦିର ର ପ୍ରାକ୍ତନ ସଭାପତି, ବାଇଶି ମୌଜା ସ୍ଥିତ ଧନଞ୍ଜୟ ବିଦ୍ୟାପୀଠ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନାୟକ ନାୟକ (୮୩)ଙ୍କ ର ନିଜ ଧାନ ମଣ୍ଡଳ ସ୍ଥିତ ବାସ ଭବନ ଠାରେ ଦେହାନ୍ତ ହୋଇଯାଇଛି। ଦେହାନ୍ତ ଖବର ଶୁଣି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ,ପୁରାତନ ଛାତ୍ର ଛାତ୍ରୀ ଶେଷ ଦର୍ଶନ କରିବା ସହିତ ଶବା ଧାରରେ ପୁଷ୍ପ ମାଲ୍ୟଅର୍ପଣ କରିଥିଲେ। ପରେ ତାଙ୍କ ଶବକୁ ସାଧନା କ୍ଷେତ୍ର ବାଇଶି ମୌଜା ସ୍ଥିତ ଧନଞ୍ଜୟ ବିଦ୍ୟାପୀଠ କୁ ନିଆ ଯାଇଥିଲା ବଡଚଣା ବ୍ଲକ୍ ଓଷ୍ଟା ର ପ୍ରାକ୍ତନ ସଭାପତି ଡ଼ ସୁଧୀର କୁମାର ସାମଲ, ଦୟାନିଧି ସାମଲ, ବର୍ତ୍ତମାନ ସଭାପତି ସୁଭାଷ ଚନ୍ଦ୍ର ମହାପାତ୍ର, ରାଜ୍ୟ ଓଷ୍ଟା ର ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ବାଳ, ବ୍ଲକ୍ ସଂପାଦକ ସତ୍ୟବାଦୀ ପଣ୍ଡା, ଲକ୍ଷ୍ମୀଧର ରାଉତ୍, ଯୁଗ୍ମ ସଂପାଦକ ନିର୍ମଳ ଚନ୍ଦ୍ର ଦଳେଇ, ସୁଧାଂଶୁ ଶେଖର ଜେନା, ବାଇଧର ସାମଲ ପ୍ରମୁଖ ଶବ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ପୁରୀ ସ୍ବର୍ଗ ଦ୍ବାର କୁ ଶବ ସତ୍କାର ପାଇଁ ନେଲାବେଳେ ବଡଚଣା, ବନ୍ଦାଳ, ଛତିଆ ଠାରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କର ଶେଷ ଦର୍ଶନ କରିବା ସହିତ ଶବାଧାର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *