ଅବସର ପ୍ରାପ୍ତ ଷ୍ଟେସନ ମାଷ୍ଟର ଙ୍କ ପତ୍ନୀ ବିୟୋଗ

ବଡଚଣା : ବଡଚଣା ବ୍ଲକ୍ ଅନ୍ତର୍ଗତ ଭୂଷଣ୍ଡ ପୁର ଗ୍ରାମର ଅବସର ପ୍ରାପ୍ତ ଷ୍ଟେସନ ମାଷ୍ଟର ସ୍ବର୍ଗତ କୃଷ୍ଣ ଚନ୍ଦ୍ର ରାଉତ ଙ୍କ ଧର୍ମ ପତ୍ନୀ ସରୋଜିନୀ ରାଉତ୍ ( ୮୨) ଙ୍କ ର ବୟସାଧିକ ଅସୁସ୍ଥତା ଯୋଗୁଁ ବିୟୋଗ ଘଟିଛି। ସ୍ୱର୍ଗତା ସରୋଜିନୀ ଜଣେ ଧର୍ମପ୍ରାଣା, ସ୍ନେହୀ, ମିଷ୍ଟଭାଷୀ, ପରୋପକାରୀ,ମେଳାପି, ବନ୍ଧୁ ବତ୍ସଳା ମହିଳା ଭାବେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଲୋକନାଥ, ରମେଶ, ତପନ, ବୋହୂ ପ୍ରଭାସିନୀ, ଦୀପ୍ତି, ସ୍ମୃତି ସମେତ ପରିବାର ବର୍ଗ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଶବାଧାର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ମରଶରୀର କୁ ଏକ ଶୋଭାଯାତ୍ରା ରେ ନିଆଯାଇ ଗ୍ରାମ ଶ୍ମଶାନ ରେ ଦାହ କରାଯାଇଥିଲା। କନିଷ୍ଠ ପୁତ୍ର ତପନ ମୂଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *