ମୁଖ୍ୟମନ୍ତ୍ରୀ ଟ୍ରଫି- ୨.୦ କବାଡି ପ୍ରତିଯୋଗିତା ଉଦଯାପିତ

କଟକ, ତା ୭.୦୬.୨୦୨୬ ରିଖ – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା ଜୋନ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡ଼ି ଚାମ୍ପିୟନସିପ୍ – ୨୦୨୬ ଉଦଯାପିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି ମ୍ୟାଚ୍‌ ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା । ଆଜି ଖେଳା ଯାଇଥିବା ମ୍ୟାଚ୍ ରେ ବାଳକ ବର୍ଗ ରେ ବାଲେଶ୍ୱର ଦଳ ୫୫–୪୯ ପଏଣ୍ଟରେ ପୁରୀ କୁ ପରାସ୍ତ କରି ୦୬ ପଏଣ୍ଟ ବ୍ୟବଧାନରେ ବିଜୟ ହାସଲ କରିଥିଲା । ସେହିପରି ବାଳିକା ବର୍ଗ ମ୍ୟାଚ୍‌ରେ ପୁରୀ ବାଳିକା ଦଳ ୬୦–୫୩ ପଏଣ୍ଟରେ ବାଲେଶ୍ୱର ଦଳ କୁ ପରାସ୍ତ କରି ୦୭ ପଏଣ୍ଟ ବ୍ୟବଧାନରେ ବିଜୟୀ ହୋଇଥିଲା । ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା କବାଡ଼ି ଆସୋସିଏସନ୍‌ର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଜୟଶ୍ରୀ ସ୍ୱାଇଁ ଏବଂ ଚୟନ ସମିତିର ଅଧ୍ୟକ୍ଷ ଶ୍ରୀ ଶୁଭ୍ରାଂଶୁ ଶେଖର ବେହେରା ପ୍ରତିଯୋଗିତାର ସୁପରିଚାଳନା ଓ ତଦାରଖ ଦାୟିତ୍ୱ ନିର୍ବାହ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା କବାଡ଼ି ଆସୋସିଏସନ୍‌ର ଅଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉପସଭାପତି ପାର୍ଥବିର ଭୂୟାଁ ଓ ପୃଥ୍ୱୀରାଜ ପଟ୍ଟନାୟକଙ୍କ ସହ ଭାରତୀୟ କବାଡି ମହାସଙ୍ଘ ସହ ସମ୍ପାଦିକା ଜୟଶ୍ରୀ ସ୍ୱାଇଁ, ଅନ୍ତର୍ଜାତୀୟ ଫୁଟବଲ ପ୍ରଶିକ୍ଷକ ଏମଡି ଜ୍ଵବାର ଓ ଓଡିଶା କବାଡି ସଙ୍ଘ ସମ୍ପାଦକ ଅଜୟ କୁମାର ବେହେରା, ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳଙ୍କୁ ପୁରସ୍କୃତ କରିବା ସହ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଆସନ୍ତା କାଲି ଠାରୁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଠାରେ ହେବାକୁ ଥିବା ସେମି ଫାଇନାଲ୍ ଓ ଫାଇନାଲ ମ୍ୟାଚ୍‌ ରେ ସୁନ୍ଦରଗଡ଼, ଅନଗୁଳ, କଟକ ଓ ଗଞ୍ଜାମ ଜୋନ ରେ ଅନୁଷ୍ଠିତ ଜୋନ ସ୍ତରୀୟ ପ୍ରତିଯୋଗିତାରେ ଚାମ୍ପିୟନ ଟିମ ଗୁଡ଼ିକ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *