


କଟକ ତା ୦୭. ୦୬. ୨୦୨୬ ରିଖ: କଟକ ଜିଲ୍ଲାରେ ଆଜି ଅପରାହ୍ନରେ ପ୍ରବଳ କାଳବୈଶାଖୀ ବର୍ଷା ଓ ଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ଏବଂ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ମୋଟ ଏଭଳି ୧୧ଟି ଘଟଣା ସମ୍ପର୍କରେ ସୂଚନା ମିଳିଛି।
ପରିସ୍ଥିତିର ମୁକାବିଲା ପାଇଁ ୭ଟି ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ଗଛ ଓ ଅନ୍ୟାନ୍ୟ ବାଧା ହଟାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିସହ ଭୁବନେଶ୍ୱରରୁ ଆଉ ୪ଟି ଅତିରିକ୍ତ ଟିମ୍ ମୁତୟନ କରାଯାଇଛି।
ବିଦ୍ୟୁତ ସେବା ପୁନଃସ୍ଥାପନ ପାଇଁ TPCODLର ୪୫ଟି ଦଳ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି। ସେହିପରି, ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ (CMC)ର ୫ଟି ଡି-ୱାଟରିଂ ଟିମ୍ କାମ କରୁଛନ୍ତି।
ପ୍ରଶାସନର ତ୍ୱରିତ ପଦକ୍ଷେପ ଫଳରେ ତ୍ରିଶୁଳିଆ–ନନ୍ଦନକାନନ ରାସ୍ତା ଏବଂ ଜାତୀୟ ରାଜପଥ-୧୬ (NH-16)ରେ ଯାତାୟାତରେ ସୃଷ୍ଟି ହୋଇଥିବା ବାଧା ଦୂର କରାଯାଇଛି ଏବଂ ଯାତାୟାତ ସ୍ୱାଭାବିକ ହୋଇଛି।
ଏହାଛଡ଼ା, SCB ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ପଡ଼ିଥିବା ଗଛଗୁଡ଼ିକୁ ମଧ୍ୟ ହଟାଇ ଦିଆଯାଇଛି।
ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଜରୁରୀକାଳୀନ ସେବାଗୁଡ଼ିକୁ ସକ୍ରିୟ ରଖାଯାଇଛି।