ଇଦୁଲ ଜୁହା ପାଳିତ

କଟକ ( କ ବ୍ୟୁ ) : ଆଜି ସାରା ଦେଶରେ ପାଳନ ହେଉଛି ମୁସଲମାନ ମାନଙ୍କ ତ୍ୟାଗ ଓ ବଳିଦାନ ଉତ୍ସର୍ଗର ପର୍ବ ଇଦୁଲ ଜୁହା ବା ବକ୍ରି ଇଦ୍ । ଏହି ପରିପ୍ରେକ୍ଷୀରେ କଟକ ସତିଚୌରା ଇଦଗା ମସଜିଦରେ ପାଳନ ହୋଇଯାଇଛି ଇଦୁଲ କୁହା । ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ମୁସଲମାନ ମାନେ ସାମୁହିକ ନମାଜ ପାଠ କରିବା ସହ ପରସ୍ପର, ପରସ୍ପରକୁ ଆଲିଙ୍ଗନ କରିଥିଲେ । ତେବେ ତ୍ୟାଗ ଓ ବଳିଦାନର ଏହି ପର୍ବରେ ସମସ୍ତ ମୁସଲମାନ ଭାଇ ଭଉଣୀ ମାନେ ଦାନ ଧର୍ମ କରିଥାନ୍ତି । ଜାତି, ଧର୍ମ, ବର୍ଣ୍ଣ, ମତଭେଦରୁ ଉର୍ଦ୍ଧ୍ବରେ ରହି ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ କଟକ ଭାଇଚାରାର ସ୍ଵତନ୍ତ୍ର ଦିଗଦର୍ଶନ ଦେଇଥିଲେ । ଇସଲାମ ଧର୍ମ କହିଛି ଆପଣ ସମାଜକୁ ଶାନ୍ତିର ବାର୍ତ୍ତା ଦିଅନ୍ତୁ, ଏବଂ ସର୍ବଦା ଶାନ୍ତି ପ୍ରତିଷ୍ଠା ହେଉ । ଅନ୍ୟପଟେ ସାମ୍ପ୍ରଦାୟିକତା କୁ ନେଇ ଦିନକୁ ଦିନ ବଢୁଥିବା ହିଂସା କରୁଥିବା ବ୍ୟକ୍ତି ମାନଙ୍କୁ ଏହା ଏକ ସୁବାର୍ତ୍ତା ଦେବ ବୋଲି କହିଛନ୍ତି ଇଦଘା ର ସଭାପତି ରମଜାନ ଖାନ୍ ।

Leave a Reply

Your email address will not be published. Required fields are marked *