

କଟକ ତା ୨୧/୫, ( କ ବ୍ୟୁ ) : କଟକ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଭୟର ପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ 35 ତମ ସ୍ମୃତି ଉତ୍ସବ ପାଳିତ ହୋଇଯାଇଛି. ଏହି ଉତ୍ସବ ରେ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରି ଥିଲେ. ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା ଅନୁସୁଚିତ ଜାତି ଅଧ୍ୟକ୍ଷ ପ୍ରତାପ ମଲିକ, ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ ନନ୍ଦ, ବିଶ୍ଵରଞ୍ଜନ ଜେଠୀ,ସାଲେପୁର ବ୍ଲକ ସଭାପତି ସରୋଜ କର, ଟାଙ୍ଗୀ ବ୍ଲକ ସଭାପତି ଆଶୁତୋଷ ବରାଳ, ସେକ ପୀର ବକ୍ସ, ହରେକୃଷ୍ଣ ବେହେରା, ଚନ୍ଦ୍ର କାନ୍ତ କର, ସତ୍ୟ ସ୍ୱରୂପ ଦାସ, ବିସ୍ମୟ ଭୂୟାଁ, ହୃଦାନନ୍ଦ ଦେହୁରୀ ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.