“ଉଦଳା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ”

ବାରିପଦା/ଉଦଳା( କ ବ୍ୟୁ ) ତା.୨୦/୦୫/୨୦୨୬ : ଉଦଳା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଆଜି ପୂର୍ବାହ୍ନ ଘ.୯.୩୦ମିନିଟ ସମୟରେ ପଞ୍ଚାୟତ ସମିତିର ସ୍ଥାୟୀ ବୈଠକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦଳା ପଞ୍ଚାୟତ ସମିତି ଅଧ୍ୟକ୍ଷା, ମଞ୍ଜୁଲତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ବୈଠକରେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢ଼େଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମରଜିତ କର, ଉଦଳା ତହସିଲଦାର, ସୁପ୍ରଭା ଦାସ, ସାଂସଦ ପ୍ରତିନିଧି ଜିତେନ୍ ଦତ୍ତ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରଜନୀକାନ୍ତ ଦାସ, ଜିଲ୍ଲାପରିଷଦ ସଦସ୍ୟା ଜୋନ-୧ ସୁଶାନ୍ତି ସିଂ, ଜୋନ-୨ ଲଳିତା ବିଶୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଉଦଳା ପଞ୍ଚାୟତ ସମିତିର ସମସ୍ତ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ ତଥା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । କାହା ପ୍ରତି ଆରୋପ ପ୍ରତ୍ୟାରୋପ ନ କରି ଜନ ସାଧାରଣଙ୍କ ହିତ ପାଇଁ ଗଠନ ମୂଳକ କାର୍ଯ୍ୟ କେମିତି ସୂଚାରୁ ରୂପେ ସମ୍ପାଦନ ହେବ ସେଥି ପ୍ରତି ସମସ୍ତେ ଯତ୍ନବାନ ହେବାକୁ ସର୍ବ ପ୍ରଥମେ ଉପସ୍ଥିତ ସମସ୍ତଙ୍କୁ ମାନ୍ୟବର ବିଧାୟକ ପରାମର୍ଶ ଦେବା ପରେ ବିକଶିତ ଗାଁ ବିକଶିତ ଓଡ଼ିଶା, ମହିଳା ଓ ଶିଶୁ ବିକାଶ, କୃଷି, ସାଧାରଣ ବଣ୍ଟନ, ଜଳ ସେଚନ, ବିଦ୍ୟୁତ, ଗ୍ରାମ୍ୟ ଜଳ ଯୋଗାଣ, ମୃତ୍ତିକା ସଂରକ୍ଷଣ, ପଶୁ ସମ୍ପଦ, ଆଦିବାସୀ ଉନ୍ନୟନ, ଓଡ଼ିଶା ଜୀବିକା ମିଶନ, ଶିକ୍ଷା, ସାମାଜିକ ସୁରକ୍ଷା, ଉଦ୍ୟାନ, ଜଙ୍ଗଲ, ମତ୍ସ୍ୟ, ସ୍ୱାସ୍ଥ୍ୟ ଆଦି ବିଭାଗ ଗୁଡ଼ିକର ଉପସ୍ଥିତ ଅଧିକାରୀ ସେମାନଙ୍କ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକର ସୂଚନା ଦେଇଥିଲେ ଏବଂ ଉପରୋକ୍ତ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କେତେକ ବିଭାଗୀୟ ଅôଧକାରୀ ଅନୁପସ୍ଥିତ ରହିବା ଏବଂ କେତେକ ବିଭାଗ ସଠିକ ଭାବେ କାର୍ଯ୍ୟ କରୁନଥିବା ନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ କରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଆଜିର ବୈଠକରେ ଉଦଳା ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କ ଠାରୁ ପ୍ରକାଶ ।
ଦୀନବନ୍ଧୁ ବାରିକ
,(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *