ସାମ୍ବାଦିକଙ୍କୁ ସରକାରଙ୍କ ପ୍ରତାରଣା ତିନି ଦଫା ଦାବି ନେଇ ଧାରଣା ଦେଲେ ସାମ୍ବାଦିକ ।

ଅନୁଗୋଳ ( କ ବ୍ୟୁ ) : ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଆହ୍ବାନ ରେ “ସାମ୍ବାଦିକଙ୍କୁ ସରକାରଙ୍କ ପ୍ରତାରଣା” ବିରୁଦ୍ଧରେ ଅନୁଗୋଳ ଜିଲ୍ଲା ଶାଖା (ADUJ) ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି କଳା ବ୍ୟାଚ ପିନ୍ଧି “ପ୍ରତିବାଦ ଦିବସ” ଧାରଣାରେ ବସିଥିଲେ । ସାମ୍ବାଦିକ ମାନଙ୍କ ୩ଦଫା ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ପେନସନ, ପ୍ରୋଟେକ୍ସନ ଓ ଆକ୍ରିଡେସନ୍ କୁ ନେଇ ଏହି ତିନି ଦଫା ଦାବି ନେଇ ଧାରଣା ଦେବା ସହ ନାରାବାଜି କରିଥିଲେ ସାମ୍ବାଦିକ ମାନେ । ସାମ୍ବାଦିକଙ୍କୁ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ଓଡିଶା ସାମ୍ବାଦିକ ୟୁନିୟନ ସାରା ରାଜ୍ୟରେ ମେ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛି । ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଓଡ଼ିଶା ସାମ୍ବାଦିକ ୟୁନିୟନ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟରେ କଳାବ୍ୟାଚ ପିନ୍ଧି ଧାରଣା ରେ ବସିଥିଲେ । ପରେ ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପାଳ ଙ୍କୁ ପ୍ରଦାନ କରା ଯାଇଥିଲା । ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନ୍ (ADUJ) ର ସଭାପତିି ଅଜିତ ଧର , ସାଧାରଣ ସମ୍ପାଦକ ସ୍ବାଧିନ କୁମାର ସାମଲ ଙ୍କ ନେତ୍ରୁତ୍ୱରେ ଏହି ଧାରଣ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କମଳାକାନ୍ତ ମିଶ୍ର, ସୁବାଷ ଶତପଥୀ , ସୁଧାକର ସାହୁ , ଦିଲୀପ କୁମାର ସାହୁ , ସାହ୍ ସମ୍ପାଦକ ରାଜେଶ୍ ସେକ୍ ସେରିଆ , ଦିନେଶ ନାଏକ , ନିରଞ୍ଜନ ନାଏକ , ତ୍ରିବେଣୀ ସାହୁ , ରାଜେଶ୍ ପାତ୍ର , ଉଦିପ୍ତ କୁମାର ପୁରୋହିତ , ପ୍ରମୁଖ ଉପସ୍ଥିତ ଥିଲେ

( ଅନୁଗୁଳ ରୁ ଦୀନବନ୍ଧୁ ସାହୁ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *