ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହି ବସ, ୨0 ଉର୍ଦ୍ଧ ଯାତ୍ରୀ ଆହାତ

ନୟାଗଡ  ( କ ବ୍ୟୁ ) : ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ୨୦ରୁ ଅଧିକ ଆହତ । ବେବୀ ନାମକ ଘରୋଇ ବସ୍ ରାକମାରୁ ନୟାଗଡ ରଣପୁର ଆସୁଥିଲା । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ହୋଇଛି ଦୁର୍ଘଟଣା । ଗାଡିରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା । ଆଜି ସକାଳୁ ଭାପୁର ବ୍ଲକ ରକମା ରୁ ବେବି ବସ ୫୦ରୁ ଉର୍ଦ୍ଧ ଯାତ୍ରା ଧରି ନୟାଗଡ ଦେଇ ରଣପୁର ଅଭିମୁଖେ ଆସୁଥିଲା । ନୟାଗଡ ସଦର ଥାନା ଅନ୍ତର୍ଗତ ଖେଡପଡ଼ା ନିକଟରେ ଡ୍ରାଇଭର ର ବେପାରୁଆ ଗାଡି ଚାଳନରୁ ସାଇକେଲ ଚାଳକ କୁ ଧକ୍କା ଦେଇ ରାସ୍ତା କଡ଼ ବିଲକୁ ଓଲଟି ଥିଲା। ସ୍ଥାନୀୟ ଲୋକ ଙ୍କ ସହଯୋଗ ରେ ଯାତ୍ରୀ ଙ୍କୁ ଉଧାର କରି ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଦ୍ୱାରା ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ବସ ରେ ଥିବା ୨୦ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇ ଥିଲେ। ମୁଖ୍ୟ ଚିକିତ୍ସାଳୟ ର ୫ ଜଣ ଡାକ୍ତର ସମସ୍ତ ଆହାତ ଙ୍କୁ ଚିକିତ୍ସା କରିଥିଲେ। ଗୁରୁତର ଥିବା ୫ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସଦରଥାନା ପୋଲିସ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *