
ବାରିପଦା /ଉଦଳା ( କ ବ୍ୟୁ )ତା୨୮/୦୪/୨୦୨୬ : ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ଉଦଳା ଓକିଲ ସଂଘ ପକ୍ଷରୁ ମଧୁ ବାବୁ ଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ଘ.୮.୩୦ମିନିଟ ସମୟରେ ଉଦଳା ବାସନ୍ତୀ ମାର୍କେଟସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଉଦଳା ଓକିଲ ସଂଘ ସଭା ଗୃହରେ ଏକ ସଭାର ଅୟୋଜନ ହୋଇଥିଲା । ଏଥିରେ ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଓକିଲ ସଂଘର ସଭାପତି ଲମ୍ବୋଦର ବେହେରା, ସମ୍ପାଦକ ବସନ୍ତ କୁମାର ପରିଡ଼ା, ନୀରାକାର ମହାପାତ୍ର, ମନୋଜ କୁମାର ଦାସ, ପ୍ରତିମା ସାହୁ, ରବୀନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ରହି ମଧୁ ବାବୁ ଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ନବ ନିୁଯୁକ୍ତି ପାଇଥିବା ଭାସ୍କର ଚନ୍ଦ୍ର ମଢ଼େଇଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ପର୍ଦ୍ଧନା ଜଣାଯାଇଥିଲା । ବରିଷ୍ଠ ଆଇନଜୀବୀ ଉଦ୍ଧବ ଚନ୍ଦ୍ର ବାରିକ ଓ ଫାଲଗୁନୀ ମହାନ୍ତିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନରେନ୍ଦ୍ର ରାଉତ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୌମେନ୍ଦ୍ର ଦାଶ, ରବୀନ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ପରିଡ଼ା, ଦିଲ୍ଲୀପ କୁମାର ମହାନ୍ତି, ଲକ୍ଷ୍ମୀକାନ୍ତ ପୁଥାଳ ସମତେ ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ । ଶେଷରେ ସଂଘର ସହସମ୍ପାଦକ ରବିନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)