
ବାରିପଦା/ଉଦଳା(କ:ବ୍ୟୂ)ତା.୨୭/୦୪/୨୦୨୬ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ନେତ୍ରାନନ୍ଦ ମଲ୍ଲିକ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୪୮ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୧୩୨ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୬ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୦୬ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣକୁ ୫ ହଜାର ଲେଖାଏଁ: ୧୦ ଜଣଙ୍କୁ ମୋଟ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ ନିମେନ୍ତ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପ୍ରେରଣ କରାଯାଇଛି । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ତହସିଲ ଅଧିନସ୍ଥ ନହରପଦା ଗ୍ରାମର ସରକାରୀ ଜାଗା ବାହାର କରିବା, ଉଦଳା ବ୍ଲକର ପ୍ରତ୍ୟେକ ଗ୍ରାମପଞ୍ଚାୟତ ମାନଙ୍କର ଇ.ସି. ଏବଂ ଜି.ପି.ଏଲ.ଏଫ. ସଭାପତି, ସମ୍ପାଦକ ମାନଙ୍କର ପାଇବାକୁ ଥିବା ପ୍ରାପ୍ୟ ପ୍ରଦାନ, ଡ଼ିହୀରାକୁଳ ଗ୍ରାମର ସର୍ବସାଧାରଣ ରାସ୍ତା ଉଚ୍ଛେଦ କରି ପାଣି ନିଷ୍କାସନ ବ୍ୟବସ୍ଥା, ଖୁଣ୍ଟା ବ୍ଲକ କରକଚିଆ ପଞ୍ଚାୟତ ଭଲଗଡ଼ିଆ କେନାଲ କଙ୍କ୍ରିଟ କରଣ କରି ଚାଷୀ ମାନଙ୍କୁ ପାଣି ଯୋଗାଇବା, କପ୍ତିପଦା ବ୍ଲକ ଦେବଳା ପଞ୍ଚାୟତ ବଡ଼ଝାଡ଼ ହୁଡ଼ିସାହିରୁ ଲକ୍ଷ୍ମୀଧର ଘର ପର୍ଯ୍ୟନ୍ତ ରାସ୍ତାରେ ଭାଙ୍ଗିଯାଇଥିବା ପୋଲ ନିର୍ମାଣ, ଶାଳଚୁଆ ଲ୍ୟମ୍ପ୍ସରେ ହେଉଥିବା ଦୁର୍ନୀତିର ତଦନ୍ତ, ଜେ.ଏସ.ଜାମୁଡ଼ିହା ପଞ୍ଚାୟତ ଜାମୁଡ଼ିହା ଗ୍ରାମ ରାସ୍ତା ଜବର ଦଖଲ ଉଚ୍ଛେଦ, ଜାଲ ରେସନ କାର୍ଡ଼ ତଦନ୍ତ, ଗ୍ରାମ ରାସ୍ତା କାମ ଠିକ ଭାବେ ନ କରି ଟଙ୍କା ଆମ୍ôସାତ, ଶାଳଚୁଆ ଲ୍ୟାମ୍ପ୍ସରେ ଧାନ କିଣାରେ କଟ୍ନି ଛଟ୍ନି, ବ୍ଲକର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ତାର ଓହଳିଥିବା, ଗଡ଼ସାହି ଗ୍ରାମ ୬ ନମ୍ବର ୱାର୍ଡ଼ର ବାସିନ୍ଦା ଜଳ ବିନା ହନ୍ତସନ୍ତ ହେଉଥିବା, ଜଡ଼ିଦା ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ କରିବା ନାମରେ ଦୁର୍ନୀତି ଏବଂ ହିଲ ବ୍ଲକ ଚାରି ଉଠାଣ ସାହି ମାଙ୍କଡ଼ିଆ କଲୋନୀ ଗ୍ରାମର ମାଙ୍କଡ଼ିଆ ମାନଙ୍କର ବିଭିନ୍ନ ଅସୁବିଧା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ରମେଶ ପୃଷ୍ଟି, ସତ୍ୟ ପ୍ରକାଶ ପାତ୍ର, ସାଇସ୍ୱରୂପ କର, ରେଣ୍ଟା ମୁର୍ମୁ, ବିଶ୍ୱଜିତ ବେହେରା, ଦେବଯାନୀ ସାହୁ, ପାର୍ବତୀ କିସ୍କୁ, ଶ୍ରୀତମ ମହାନ୍ତି, ହିମାଂଶୁ ଶଙ୍ଖୁଆ, ଅନୁଭବ ରାଉତ, ତାପସ ପ୍ରଧାନ, ତପୁ ପାତ୍ର, ଭବାନୀ ପଣ୍ଡା, ଅଜିତ ମହାପାତ୍ର, ତରୁଣକାନ୍ତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)