ନୟାଗଡ଼ରେ ଧୁମଧାମରେ ଉଯାପିତ ହେଲା ଦକ୍ଷିଣ କାଳୀଙ୍କ ପଣା ଯାତ୍ରା

ନୟାଗଡ଼ ( କ ବ୍ୟୁ ) 25/4 : ନୟାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀଙ୍କ ପଣା ଯାତ୍ରା ଉଯାପିତ ହୋଇଛି । ପଣା ସଂକ୍ରାନ୍ତି ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ମିନା ବଜାର ସାଙ୍ଗ କୁ ରଙ୍ଗ ବେରଙ୍ଗ ଦୋଳି ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ଲୋକଙ୍କ ଆକର୍ଷଣ ପଲଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରଙ୍ଗ ବେରଙ୍ଗ ଲାଇଟ ତୋରଣ ସାଜସଜ୍ଜା ଦର୍ଶକଙ୍କ ପାଇଁ ଯାତ୍ରା ଆକର୍ଷଣ ଥିଲା । ଏହି ଯାତ୍ରା ମଧ୍ୟରେ ଛୋଟ ବଡ଼ ବ୍ୟବସାୟୀ ମାନେ 3 କୋଟି ରୁ ଉର୍ଦ୍ଧ ଟଙ୍କା ବେପାର କରିଥିବା ଦକ୍ଷିଣ କାଳୀ ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହି ଯାତ୍ରା ପାଇଁ ସରକାରଙ୍କ କୌଣସି ଅନୁଦାନ ମିଳିନାହିଁ। କେବଳ ଲୋକଙ୍କ ଦାନ ଦକ୍ଷିଣାରେ ଟଙ୍କା ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।
ଚଳିତ ବର୍ଷ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ 3 କୋଟି ରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ ହୋଇଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହି ଯାତ୍ରା ମଧ୍ୟରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପୂଜା କମିଟି ପକ୍ଷରୁ ମାଗଣା ପଣା ଏବଂ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଛୋଟ ରୁ ଆରମ୍ଭ ହୋଇଥିବା ମା ଦକ୍ଷିଣ କାଳୀଙ୍କ ପଣା ଯାତ୍ରା ବିରାଟ ଆକାରରେ ପରିଣତ ହୋଇଛି।
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *