ନୟାଗଡ଼ ( କ ବ୍ୟୁ ) 24/4 : ନୟାଗଡ଼ ମୁନିସିପାଲିଟରେ
ପୂର୍ଵ resolution କପିକୁ ନେଇ ମୁହାଁମୁହିଁ ହୋଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ମୁନିସିପାଲିଟ ଅଧ୍ୟକ୍ଷା। ଆଜି କାଉନସିଲର ମାନଙ୍କ ମାସିକିଆ ବୈଠକଥିବା ବେଳେ ପୂର୍ଵ resolution କପି ମିଳି ନଥିବାରୁ ଏହାକୁ ବିରୋଧ କରି ବିଜେଡ଼ି କାଉନସିଲର ମାନେ ବୈଠକକୁ ବର୍ଜ୍ଜନ କରିଛନ୍ତି। ନିର୍ବାହୀ ଅଧିକାରୀ ସ୍ନେହଲତା ଆଚର୍ୟ୍ଯଙ୍କ ମନମୁଖୀ ଶାସନ ବିରୋଧରର ସମସ୍ତ ବିଜେଡି କାଉନସିଲର ଏବଂ ମୁନିସିପାଲିଟ ଅଧ୍ୟକ୍ଷା ନିରୂପମା ଖଟେଇ ଏକାଠି ହୋଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ।ଏଥିସହ ଆଜି ହେବାକୁ ଥିବା କାଉନସିଲର ମାନଙ୍କ ମାସିକିଆ ବୈଠକକୁ ବର୍ଜ୍ଜନ କରିଛନ୍ତି ମୁନିସିପାଲିଟର ସମସ୍ତ କାଉନସିଲର ସମେତ ଅଧ୍ୟକ୍ଷା ।
ଏହି ଘଟଣାଙ୍କୁ ନେଇ ନୟାଗଡ଼ ମୁନିସିପାଲିଟରେ ବିବାଦ ସୃଷ୍ଟି ହୋଇଛି। ନିର୍ବାହୀ ଅଧିକାରୀ ସ୍ନେହଲତା ଆଚର୍ୟ୍ଯ ଙ୍କ ମନମୁଖୀ ଶାସନକୁ ବିରୋଧ କରି ମେଳି ବାନ୍ଧିଛନ୍ତି ଅଧ୍ୟକ୍ଷା ସମେତ ସମସ୍ତ 16 ଟି word କାଉନସିଲର। ସେମାନେଙ୍କ ଅଭିଯୋଗ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚର୍ୟ୍ଯଙ୍କୁ ତୁରନ୍ତ ବଦଳି କରାଯାଉ। ସ୍ନେହଲତା ଆଚର୍ୟ୍ଯ ନୟାଗଡ଼ ମୁନିସିପାଲିଟ join କରିବା ଦିନ ଠୁ ବିଭିନ୍ନ ଉନୟନ ମୁଳକ କାମକୁ ନେଇ କାଉନସିଲର ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ନିର୍ବାହୀ ଅଧିକାରୀଙ୍କ ଉନୟନ ମୁଳକ କାର୍ଯ୍ୟରେ ଅସହଯୋଗ ଏବଂ ମନମୁଖୀ ଶାସନ ପାଇଁ ବିଭିନ୍ନ କାମ ବାଧା ସୃଷ୍ଟି ହୋଇଛି। ଫଳ ବିଭିନ୍ନ word ରେ ରାସ୍ତା ଏବଂ ଡ୍ରେନ ନିର୍ମାଣ ନ ହୋଇ ପଡି ରହିଛି। ସ୍ଥାନୀୟ ବାସିନ୍ଦା ଏହାର ସମସ୍ୟା ଭୋଗୁଛନ୍ତି।
ଏହି ସବୁ ଘଟଣା ଉପରେ କାଉନସିଲର ଏବଂ ଅଧ୍ୟକ୍ଷା କଥା ନିର୍ବାହୀ ଅଧିକାରୀ ସ୍ନେହଲତା ଆଚର୍ୟ୍ଯ ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି ଜିଲ୍ଲାପାଳଙ୍କ ପାଖରେ। ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ସେପଟେ କାଉନସିଲର ଏବଂ
ଅଧ୍ୟକ୍ଷା ଆଣିଥିବା ଅଭିଯୋଗକୁ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚର୍ୟ୍ଯ ଖଣ୍ଡନ କରିଛନ୍ତି। ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷା ସହମତିରେ ମୁନିସିପାଲିଟରେ କାର୍ଯ୍ୟ ହେଉଛି। ସବୁ କାମରେ ଅଧ୍ୟକ୍ଷା ଦସ୍ତଖତ ରହୁଛି।କାଉନସିଲର ବୈଠକରେ ସମସ୍ତ ନିଷ୍ପତ୍ତି ହେଉଛି । Resolutionରେ ପାସ ପରେ ହିଁ ନୟାଗଡ଼ ମୁନିସିପାଲିଟ ବିଭିନ୍ନ word ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି। ଏଥିରେ ସମସ୍ୟା ନାହିଁ। ବେଆଇନ କାର୍ଯ୍ୟକୁ ସେ ବିରୋଧ କରୁଥିବା ରୁ ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି। କିନ୍ତୁ କ୍ୟାମେରା ଆଗରେ କବିବା ପାଇଁ ମନା କରିଛନ୍ତି। ସେପଟେ ନୟାଗଡ଼ ମୁନିସିପାଲିଟରେ ଦେଖା ଦେଇଥିବା ବିବାଦର ତଦନ୍ତ କରି ସମାଧାନ କରାଯିବ ବୋଲି ନୟାଗଡ଼ chief development officer କହିଛନ୍ତି।
ନୟାଗଡ଼ ରୁ ବିଶ୍ଵନାଥ ଘଡେ଼ଇ ଙ୍କ ରିପୋର୍ଟ