ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ , ମ୍ୟାଲେରିଆ ମୁକ୍ତ ସମାଜ ଗଠନ ପାଇଁ ପ୍ରଶାସନର ସଂକଳ୍ପ

ଅନୁଗୋଳ ( କ ବ୍ୟୁ ) ୨୫/୦୪ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ କେନ୍ଦ୍ରଠାରେ ‘ବିଶ୍ୱ ମ୍ୟାଲେରିଆ ଦିବସ’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଗତ ଦଶନ୍ଧିର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। କୀଟନାଶକ ସିଞ୍ଚନ, ମଶାରୀ ବଣ୍ଟନ ତଥା ଦୁର୍ଗମ ଅଞ୍ଚଳରେ ଦମନ କ୍ୟାମ୍ପ ଜରିଆରେ ରକ୍ତ ନମୁନା ପରୀକ୍ଷା ଦ୍ଵାରା ମ୍ୟାଲେରିଆକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଉଛି। ସେହିଭଳି ନିୟମିତ ବ୍ୟବଧାନରେ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି। ମ୍ୟାଲେରିଆ ପଜିଟିଭ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ପୂର୍ଣ୍ଣିମା ଉଦଗାତା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୃଷ୍ଣ ଚନ୍ଦ୍ର ପାଲ, କମ୍ୟୁନିଟି ହେଲଥ୍ ଆସିଷ୍ଟାଣ୍ଟ ପ୍ରଫେସର ଡ. ସାର୍ଥକ ଶତପଥୀ, ଜିନ୍ଦଲ CSR ଜିଏମ ଶ୍ରୀ ଜୟନ୍ତ କୁମାର ମହାନ୍ତି, ଜିଲ୍ଲା ଏଣ୍ଟୋମୋଲୋଜିଷ୍ଟ ପ୍ରେମରଞ୍ଜନ ପଣ୍ଡାଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ସିଡିପିଓ, ଆଶାକର୍ମୀପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *