ମାନବ ଜୀବନ ଉପଭୋଗମୟ
ବିଚାରନ୍ତି ଅଧିକାଂଶ,
ବିଳାସ ଜୀବନ ଖାଦ୍ୟ-ପାନୀୟର
ଅସୀମ ଅଂଶ ବିଶେଷ ।
ପାନୀୟ ମଧ୍ଯରେ ଜଳ’ଠୁ ମଦିରା
ଚାହା’ଠାରୁ ଫଳରସ,
ଏ ସକଳ ମଧ୍ଯୁ ଚାହାର ଚାହିଦା
ସର୍ବ ଅଧିକ ସନ୍ତୋଷ ।
ବିଭିନ୍ନ ପ୍ରକାର ଚାହାର ସ୍ବାଦିଷ୍ଟ
ମନପ୍ରାଣେ ଭରେ ତୃପ୍ତ,
ଚିନି ଓ ଲବଣ କ୍ଷୀର ଅବା ଲେମ୍ବୁ
ବଢ଼ାଏ ଚାହା ସ୍ବାଦିଷ୍ଟ ।
ଅଧିକ ବରଷା ପାହାଡ଼ିଆ ସ୍ଥାନ
ଗଡ଼ାଣି ଭୂମିରେ ଚାଷ,
ଭାରତେ ଆସାମ ଡାର୍ଜିଲିଙ୍ଗ୍ ଚାହା
ଉତ୍ପାଦନରେ ବିଶେଷ ।
ଚାହା ଉତ୍ପାଦନେ ଚାଇନା ପ୍ରଥମ
ପରେ କେନିୟା ଭାରତ,
ଜାପାନ ନେପାଳ ରୁଷ ଆର୍ଜେଣ୍ଟିନା
ଶ୍ରୀଲଙ୍କା ଚାହା ସ୍ବାଦିଷ୍ଟ ।
ବ୍ରିଟିଶ ଲୋକଙ୍କ ଚାହା ଅତି ପ୍ରିୟ
ଉତ୍ପାଦନ ବି ସରସ,
ଅପ୍ରେଲ ମାସର ଏକୋଇଶ ଦିନ
ଚାହା ଦିବସ ହରଷ ।
ସାରା ପୃଥିବୀରେ ଚାହା ଚାଷ ଶିଳ୍ପ
କୋଟି କୋଟି ଯେ’ ଶ୍ରମିକ,
ସର୍କାରୀ ସହିତ ଘରୋଇ ଶିଳ୍ପରେ
ଲାଭାର୍ଜନ ସର୍ବାଧିକ ।
ମଇ ଏକୋଇଶ ଅନ୍ତର୍-ଜାତୀୟ
ଚାହା ଦିବସ ପ୍ରଣୀତ,
ପୁନଃ ଡିସେମ୍ବର ପନ୍ଦରରେ ବିଶ୍ବ
ଚାହା ଦିବସ ଏମନ୍ତ ।
ଆମ ଦେଶେ ମାନ୍ଯ ଟି’ ବୋର୍ଡ଼ ଇଣ୍ଡିଆ
ସର୍କାରୀ କର୍ପୋରେସନ,
ଯୋଗାଣ ସହିତ ରତ୍ପାନୀ କ୍ଷେତ୍ରରେ
ସୁନାମ ଓ ଲାଭବାନ ।
ସେପ୍ଟେମ୍ବର ମାସ ଏକୋଇଶ ମାନ୍ଯ
ଜାତୀୟ ଚାହା ଦିବସ ,
ଶସ୍ତା ଚାହାରେ ତ ଦରିଦ୍ର ସନ୍ତୁଷ୍ଟ
ସୁଗନ୍ଧେ ଧନୀ ମଣିଷ ।
ସଞ୍ଜ ଓ ସକାଳେ ଅବା ଥଣ୍ଡାପାଗେ
ଚାହାର ବେଶି ଆଦର,
କ୍ଷୀର ଚିନି ଚାହା ଗ୍ଯାଷ୍ଟିକ୍ ବେମାର
ଖାଲି-ନାଲି ଉପକାର ।
ଚାହା ପାନୀୟର ସୌଖୀନତା ମଧ୍ଯେ
ଜନଗଣଙ୍କ ଉଲ୍ଲାସ,
ଚାହା ଦିବସୀୟ ବାର୍ତ୍ତା ପ୍ରଖ୍ଯାପନେ
କବି ଶମ୍ଭୁନାଥ ଦାସ ।