


ରାଜଗାଙ୍ଗପୁର : (କ.ବ୍ୟୁ) ୧୭ ଏପ୍ରିଲ୍ ୨୦୨୬ : ଶୁକ୍ରବାର ଦିନ ସକାଳ ୯ ଘଟିକା ସମୟରେ ବିଜେଡ଼ି ପକ୍ଷ୍ୟରୁ ପ୍ରବାଦ ପୁରୁଷ ସ୍ଵାର୍ଗୀୟ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳିତ କରାଯାଇଛି । ଏହି ଅବସରରେ ବିଜୁ ଜନତା ଦଳ ସମେତ ବିଭିନ୍ନ ସଂଗଠନ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ, ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ରାଜଗାଙ୍ଗପୁରର ନାୟର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳୀ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିସାନ ଏବଂ ରାଜଗାଙ୍ଗପୁର ବିଜେଡି ଅଧ୍ୟକ୍ଷା ସୁଶ୍ରୀତା ପାଇକରାୟଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ରାଜଗାଙ୍ଗପୁର ପୌରପାଳିକା ଅଧ୍ୟକ୍ଷା ମାଧୁରୀ ଲୁଗୁନ, ଉପନଗରପାଳ ଏମଡି ଇରଫାନ, ବିଜେଡିର ସୁଶୀଳା ଟପ୍ପୋ, ଜ୍ୟୋତି କୁଜୁର, ଅମରେଶ ପଣ୍ଡା, ରାଜେନ୍ଦ୍ର କୁମାର ଲେଙ୍କା, ସଞ୍ଜୀବ ବେଉରା, ଅଶୋକ ସାହୁ, କୃଷ୍ଣ ଚନ୍ଦ୍ର ଜେନା, ଗୌତମ ମହାରଥୀ, ପ୍ରେମ ପ୍ରସାଦ, ୱାର୍ଡ କାଉନସିଲର ଏବଂ ବହୁ ସଂଖ୍ୟକ ବିଜେଡି କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟପକ୍ଷରେ, ସାଧାରଣ ଜନତାଙ୍କୁ କିମ୍ବଦନ୍ତୀ ବିଜୁ ପଟ୍ଟନାୟକଙ୍କ ଅବଦାନ ବିଷୟରେ ଅବଗତ କରାଯାଇଥିଲା । ଶେଷରେ, ବିଜୁ ବାବୁଙ୍କ ଶ୍ରାଦ୍ଧଦିବସ ଅବସରରେ, ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )