ଏ ପଣା ସଂକ୍ରାନ୍ତି ଓଡ଼ିଆ ନୂତନ
ଓଡ଼ିଆ ନୂଆ ବରଷ
ଏ ଦିନ ହଉଛି ହସଖୁସି ମଜା
ଭାବ ବନ୍ଦନ ପ୍ରବେଶ।
ନିଜ ର ଆରାଧ୍ୟା ଦେବତା ଯେ ସଜା
ଧୂପ ଦୀପ ଦେଇ ପୂଜା
ଭକ୍ତ ଗାଉଥାଏ ଭକ୍ତିର ସଂଗୀତ
ଉଡୁଥାଏ ମା’ ଙ୍କ ଧ୍ଵଜା।
ଏ ପଣା ସଂକ୍ରାନ୍ତି ରବି ଙ୍କ ଉତ୍ତାପ
ହୁଏ ଅଧିକ ପ୍ରଖର
ପଣା ପାନ କଲେ ଗରମରୁ ରକ୍ଷା
ପାଆନ୍ତି ପ୍ରାଣୀ ନିସ୍ତାର।
ସର୍ବ ଦେବାଦେବୀ ପଣା ହୁଏ ଭୋଗ
ପ୍ରସାଦ ପାଇ ନିରୋଗ
ଜୀବନ ଶାନ୍ତି ରେ ନବ ବର୍ଷ ଯାଉ
ଭକ୍ତି କାମନା ଏ ଯୋଗ।
କ୍ଷେତରେ ବାଡିରେ କରି ପୂଜା ବିଧି
ପଣା ର ଶୁଭ ଆଶିଷ
ଫସଲ ସମୃଦ୍ଧି କୃଷିର ଉନ୍ନତି
ଭକ୍ତି ଠାକୁର ବିଶ୍ବାସ।
(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା