
ଅନୁଗୋଳ : ସମ୍ବିଧାନ ପ୍ରଣେତା, ସମାଜ ସୁଧାରକ ଭାରତରତ୍ନ ଡ଼ଃ ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଅନୁଗୋଳ ସହର ଆମ୍ବେଦକର ଭବନ ଠାରେ ଅନୁଗୋଳ ନଗର ବିଜେଡ଼ି ପକ୍ଷରୁ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଉନସିଲର ସଦାନନ୍ଦ ପଣ୍ଡା, କାଉନସିଲର ରଞ୍ଜିତ୍ ମାଣ୍ଡୋଠିଆ, ଜିଲ୍ଲା ବିଜେଡ଼ି ସମ୍ପାଦକ ଅଜିତ୍ ଦ୍ୱିବେଦୀ, ନଗର ଯୁବ ବିଜେଡି ସଭାପତି ବିଶ୍ବରଂଜନ ସାହୁ ଏବଂ ଗୌର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।