ଡ଼ିୟୁ ପବ୍ଲିକ ସ୍କୁଲ ର ଶତ ପ୍ରତିଶତ ସଫଳତା, ବାଳିକା ରେ ଶ୍ରେୟା, ବାଳକରେ ସଂଗ୍ରାମ, ସୁଜାନ୍ ଟପ୍ପର।

ଚଣ୍ଡିଖୋଲ, ୧୬/୪(କ ବ୍ୟୁ) : ଚଳିତ ବର୍ଷ ସି,ବିଏସ ଇ ଦଶମ ଶ୍ରେଣୀଫଳ ପ୍ରକାଶ ପାଇଛି। ଏଥିରେ ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଚଣ୍ଡିଖୋଲ ସ୍ଥିତ ଡିୟୁ ପବ୍ଲିକ ସ୍କୁଲ ର ପରୀକ୍ଷାର୍ଥୀ ମାନେ ଶତ ପ୍ରତିଶତ ସଫଳତା ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣି ଛନ୍ତି। ଛାତ୍ରୀ ଶ୍ରେୟା ଜେନା ୯୪. ୮ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହୋଇଥିବା ବେଳେ ଛାତ୍ର ସଂଗ୍ରାମ ନାୟକ ଓ ସୁଜାନ ଉଭୟ ୯୩ଶତକଡା ମାର୍କ ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ପଲକ୍ ପ୍ରିୟଦର୍ଶିନୀ ୯୨ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟର ସର୍ବମୋଟ ୪୭ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ୫ଜଣ ଛାତ୍ର ଛାତ୍ରୀ ୯୦ଶତକଡା ରୁ ଉର୍ଦ୍ଧ ନମ୍ୱର୍, ୧୬ଜଣ ୮୫ଶତକଡା ରୁ ଉର୍ଦ୍ଧ ନମ୍ୱର୍ ରଖିଥିବା ବେଳେ ୨୧ଜଣ ଛାତ୍ର ଛାତ୍ରୀ ୭୫ପ୍ରତିଶତ ନମ୍ବର ରଖି ଥିବା ଜଣାଯାଇଛି। ଡିୟୁ ର ଏହି ସଫଳତା ପାଇଁ ସ୍କୁଲର ପ୍ରତିଷ୍ଠାତା ନିର୍ଦ୍ଦେଶକ ଇଁ ଧନେଶ୍ଵର ମହାପାତ୍ର, ନିର୍ଦ୍ଦେଶକ ଡ ବିଶ୍ୱଜିତ ମହାପାତ୍ର, ରଂଜିତ ମହାପାତ୍ର ,ଅଧ୍ୟକ୍ଷା ସୁଜାତା ମହାପାତ୍ର, ଉପାଧକ୍ଷା ଜୟଶ୍ରୀ ମହାପାତ୍ର, ପ୍ରମୁଖ ସମସ୍ତ କୃତୀ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଧ୍ୟକ୍ଷା ସୁଜାତା ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କ ଚେଷ୍ଠା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉତ୍ସର୍ଗ୍ରୀ କୃତ ଶିକ୍ଷାଦାନ ଓ ସାମଗ୍ରିକ ଭାବେ ହୋଇଥିବା ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହେଲା ବୋଲି କହିଥିକ ଲେ।

Leave a Reply

Your email address will not be published. Required fields are marked *