




ରାଜଗାଙ୍ଗପୁର :- (କ.ବ୍ୟୁ) : ୭ ଏପ୍ରିଲ ୨୦୨୬ ରାଜଗାଙ୍ଗପୁର ସ୍ଥିତ ମଧୁସୂଦନ କଲୋନୀରେ ସ୍ଥାପିତ ମଧୁସୂଦନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଏବଂ ଶିଶୁ ବଟିକାର ଶୁଭାରମ୍ଭ କରାଯାଇଥିଲା l ଏହି ଶୁଭାରମ୍ଭ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସି ଥିବା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପ୍ରଚାର ରଥକୁ ସ୍ୱାଗତ କରାଯାଇଥିଲା l ପ୍ରବେଶ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରପାଳିକା ଅଧକ୍ଷା ମାଧୁରୀ ଲୁଗୁନ ସମ୍ମାନୀୟ ଅତିଥି ରାଜେନ୍ଦ୍ର କୁମାର ବେହେରା, ପୂର୍ଣ୍ଣ ଚନ୍ଦ୍ର ପାଢୀ, ସୁବାଷ ଚନ୍ଦ୍ର ବେହେରା ରାଜଗାଙ୍ଗପୁର ବରିଷ୍ଠ ନାଗରିକ କମିଟିର ସମ୍ପାଦକ ଜଗତ ନାରାୟଣ ଶର୍ମା, ସି ଆର ସି ପ୍ରଦୀପ କୁମାର ଗରଡିଆଙ୍କୁ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶୁପ୍ରଭା ପରିଜା ପୁଷ୍ପଗୋଚ୍ଛା ପ୍ରଦାନ କରି ସ୍ୱାଗତକରି ଥିଲେ l ଖଡିଛୁଆଁ ରଥକୁ ପୁଷ୍ପମାଳ ପ୍ରଦାନ କରି ସମ୍ମୁଖରେ ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ଵାରା ଜ୍ୟୋତି ପ୍ରଜ୍ୱଳନ କରି ସ୍କୁଲ ପରିସରରେ ସ୍ଥାପିତ ଉତ୍କଳମଣି ମଧୁସୂଦନ ଦାସଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରି ଜ୍ୟୋତି ପ୍ରଜ୍ଜଳନ କରିଥିଲେ ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଶିଶୁବାଟିକା ଖଡିଛୁଆଁ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ଥିଲେ l ମୁଖ୍ୟ ଅତିଥି ପୌରଅଧକ୍ଷା ମାଧୁରୀ ଲୁଗୁନ ଅତିଥି ସମ୍ମାନୀୟ ଅତିଥି ଏବଂ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦ୍ଵାରା 6ଜଣ, ଛାତ୍ର ଛାତ୍ରୀଙ୍କୁ ଖଡିଛୁଆଁ ପର୍ବରେ ଶୁଭାରମ୍ଭ କରି ସେମାନଙ୍କୁ ସିଲଟଖଡି ସ୍କୁଲ ବ୍ୟାଗ ଚକଲେଟ ପ୍ରଦାନ କରି ଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲର ସଭାପତି ରଞ୍ଜନ କୁମାର ଲେଙ୍କା ଉପସଭାପତି ଭାରତୀ ସୁନ୍ଧନୀ ସ୍କୁଲର ଶିକ୍ଷୟତ୍ରୀ ସୁଜାତା ଦାଶ, କଲ୍ୟାଣୀ ଓଝା, ମମତା ସ୍ୱାଇଁ, ବିଦ୍ୟୁତ ପ୍ରଭା ସାହୁ, ରୁପାଲୀ ବିଶ୍ୱାଳ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ l ଶେଷରେ ସ୍କୁଲ ପ୍ରଦାନ ଶିକ୍ଷୟିତ୍ରୀ ସୁପ୍ରଭା ପରିଜାଙ୍କ ଅତିରିକ୍ତ ବ୍ଲକ ଅଧିକାରୀ ଭାବେ ପ୍ରମୋସନ ଯାଉଥିବା ବେଳେ ତାଙ୍କୁ ପୁଷ୍ପଗୋଛା ଦେଇ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )