ଥାନା ଅଧିକାରୀଙ୍କୁ ରାଜଗାଙ୍ଗପୁର କଂଗ୍ରେସ ପକ୍ଷ୍ୟରୁ ଅଭିନନ୍ଦନ

ରାଜଗାଙ୍ଗପୁର :- (କ.ବ୍ୟୁ) :୫ ଏପ୍ରିଲ ୨୦୨୬ ରବିବାର ଦିନ ସଂଧ୍ୟା ୭ ଘଟିକା ସମୟରେ ରାଜଗାଙ୍ଗପୁର ଥାନା ପରିସର ରେ ଥାନା ଅଧିକାରୀଙ୍କୁ ରାଜଗାଙ୍ଗପୁର କଂଗ୍ରେସ ପକ୍ଷ୍ୟରୁ ଅଭିନନ୍ଦନ ଜଣେଇଥିଲେ । ଏଠାରେ ଉଲେଖ୍ୟଯୋଗ୍ୟ ଯେ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାସଙ୍କୁ ଓଡିଶା ପୋଲିସ ପକ୍ଷରୁ ସର୍ବଶ୍ରେଷ୍ଠ ଥାନା ଅଧିକାରୀ ବିବେଚିତ କରି ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ‘ବ୍ରିଜ ବିହାରୀ ମିଶ୍ର ମେମୋରିଆଲ ଟ୍ରଫି ପ୍ରଦାନ କରାଯାଥ‌ିବାରୁ ସାରା ସହରରେ ଆନନ୍ଦ ଓ ଉଲ୍ଲାସ ଦେଖା ଯାଇଥିଲା ଏହି ପରିପେକ୍ଷୀରେ ରାଜଗାଙ୍ଗପୁର କଂଗ୍ରେସ ପକ୍ଷରୁ ଟାଉନ ସଭାପତି ଦେବରଞ୍ଜନ ବିନୋଦଙ୍କ ଅଧ୍ୟକ୍ଷତାରେ ଥାନା ଅର୍ଧକାରୀଙ୍କୁ ପୁଷ୍ପମାଲ୍ୟା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଥିଲେ ରାଜଗାଙ୍ଗପୁର କଂଗ୍ରେସର ସଦସ୍ୟବୃନ୍ଦ । ଏହି ଅଭିନନ୍ଦନ ଜଣାଇବା ସମୟରେ କଂଗ୍ରେସ ଜିଲ୍ଲା କୋଷାଧ୍ୟକ୍ଷ ପବନ ଗାଡୋଡିଆ, ସୁରେଶ ବାରିକ, ଶଶିଭୂଷଣ ଚୌରସିଆ, ଚେତନ ସହ କଂଗ୍ରେସର କାର୍ଯ୍ୟକାର୍ତା ମାନେ ଉପସ୍ଥିତ ରହି ଥାନାଧିକାରୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣେଇବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ ।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *