ଓଡ଼ିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ ଅନୁଷ୍ଠିତ

ପୁରୀ (କ ବ୍ୟୁ ) ୫/୪( ବଳରାମ ତ୍ରିପାଠି): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଅପ୍ରେଲ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ
ଓଡ଼ିଆ ପକ୍ଷ ପାଳନ କରାଯାଉଛି।ଆମ ମହାନ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ବିଶ୍ବ ଦରବାରରେ ଊପସ୍ଥାପିତ କରିବା ସହ ଯୁବ ପିଢି କୁ ଅବଗତ କରାଇ ଏହାକୁ ଅଧିକ ଋଦ୍ଧିମନ୍ତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ଓଡ଼ିଆ ପକ୍ଷ ପକ୍ଷ ପାଳନର ୫ମ ଦିବସ ଅବସରରେ ଏକ ଐତିହ୍ୟ ଗଣଦୌଡ ଅନୁଷ୍ଠିତ ହୋଇଥିଲା।ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ଏହି ଗଣଦୌଡ ଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ପତାକା ଦେଖାଇ ଏହି ଗଣଦୌଡ ର ଶୁଭାରମ୍ଭ କରିବା ସହ ବଗଲା ଧର୍ମଶାଳା ଠାରେ ଯୁବବର୍ଗ ଙ୍କୁ ସମ୍ବୋଧିତ କରି ଓଡିଶା ର ଐତିହ୍ୟ ପରମ୍ପରା ସମ୍ପର୍କରେ ଜାଣିବା କୁ ପରାମର୍ଶ ଦେଇଥିଲେ।ଆମେ ୧୯୩୬ ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲେ।୨୦୩୬ କୁ ରାଜ୍ୟ ଗଠନର ଶହେ ବର୍ଷ ପୁରିବ।ଏହାକୁ ସମସ୍ତଙ୍କ ସହଯୋଗ ରେ ଏହାକୁ ବିକଶିତ କରିବା ବୋଲି ସେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଖୋ ଖୋ ଖେଳର ମୁଖ୍ୟ କୋଚ ସଞ୍ଜୀବ ଶର୍ମା, ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା,ଏନ ଏସ ଏସ ଅଫିସର ଗୋଲକ ବିହାରୀ ପଲାଇ,କ୍ରୀଡା ପ୍ରଶିକ୍ଷକ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ଐତିହ୍ୟ ଗଣଦୌଡ ଆଜି ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *