
ଵଡଚଣା ୨/୪ : ଆଜି ଅପରାହ୍ନରେ ସୁକିନ୍ଦା ର ମାନ୍ୟବର ବିଧାୟକ ତଥା ଓଡ଼ିଶା ସରକାରଙ୍କର ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ବଳ ସାମନ୍ତ ମହୋଦୟ ଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଣ୍ଡୀଖୋଲ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ସୈଜନ୍ୟମୂଳକ ସାକ୍ଷାତ କରି ଚଣ୍ଡୀଖୋଲ ଟ୍ରକ୍ ମାଲିକ ଭାଇ ମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିବା ସହିତ କିଛି ଗାଡି ମାଲିକ ମାନଙ୍କର କ୍ରୋମାଇଟ୍ ଲୋଡିଂ ରେ ସିରିଏଲ୍ ଲେଖା ଯାଇ ନଥିବା ଅବଗତ କରାଇଵା ସହିତ ଗାଡି ଗୁଡିକର ଲିଷ୍ଟ ପ୍ରଦାନ କରିଥିଲେ।
ମନ୍ତ୍ରୀ ମହୋଦୟ ଏହି ସମସ୍ୟାର ଖୁବ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ଆମ ଚଣ୍ଡୀଖୋଲ ସଂଘର ସୁବିଧା ଅସୁବିଧା ରେ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ଦକ୍ଷ ତଥା ଅଭିଜ୍ଞତା ସମ୍ପନ୍ନ କର୍ମକର୍ତ୍ତା ଙ୍କ ବଳିଷ୍ଠ ନେତୃତ୍ବରେ ସଂଘ ର ଉନ୍ନତି ହେବା ସହିତ ଗାଡ଼ିମାଲିକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସଂଘ ସଭାପତି ଚନ୍ଦନ କୁମାର ନାୟକ, ସଂପାଦକ ସନ୍ତୋଷ କୁମାର ରାଉତ, ଯୁଗ୍ମ ସଂପାଦକ ପ୍ରଶାନ୍ତ କୁମାର ଜେନା,କୋଷାଧ୍ୟକ୍ଷ ସଞ୍ଜୀବ କୁମାର ବଳ, ମୁଖପାତ୍ର ମନୋରଞ୍ଜନ ନାୟକ ପ୍ରମୁଖ ସାକ୍ଷାତ୍ କରି ଆଲୋଚନ କରି ଥିଲେ।