

ରାଜଗାଙ୍ଗପୁର: 6 ଜାନୁଆରୀ 2026, ମଙ୍ଗଳବାର ସକାଳ ସାଢେ 10 ଘଟିକା ସମୟରେ, ରାଜଗାଙ୍ଗପୁର ସ୍ଥିତ ପିଏମଶ୍ରୀ ରାଷ୍ଟ୍ରୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାଙ୍ଗଣରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ବିଦ୍ୟାଳୟ ର ପ୍ରଧାନଅଧ୍ୟାପିକା ସୁଶ୍ରୀ ନୈନା କୁଜୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ରାଜଗାଙ୍ଗପୁର ବ୍ଲକ ଅଧିକାରୀ ଅକ୍ଷୟ କୁମାର ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ଓ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଉପନଗରପାଳ ଏମଡି ଇରଫାନ, ବ୍ଲକ ଶିକ୍ଷା ଅଧିକାରୀ ସରିତା ସୋରୋନିଆ, ଏବିଓ ସନ୍ଧ୍ୟାରାଣୀ ମହାପାତ୍ର, ଡକ୍ଟର ସରୋଜିନୀ ସାହୁ, ଅଶୋକ ଦାସ, ଏସଏମସି ଅଧ୍ୟକ୍ଷା ପୁନମଶିଳା ମାଝୀ ଏବଂ ୱାର୍ଡ କାଉନସିଲର ସୁମିତ୍ରା ବାର୍ଲା ପ୍ରମୁଖ ଉପସ୍ଥିତ ରହିଥିଲେ।
ଉତ୍ସବ ସ୍ଥଳରେ ଦକ୍ଷତା, ଜିଜ୍ଞାସା, ସାହିତ୍ୟ ସୃଜନୀ, ଖାଦ୍ୟ ବଜାର ଏବଂ କ୍ରୀଡ଼ାଙ୍ଗଣ ଷ୍ଟଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ, ଏହା ସହିତ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଏବଂ ଗୀତ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଉତ୍ସବ ପାଳନରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଏବଂ ଏନସିସି ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ରାଉତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର