
ବାଲେଶ୍ଵର 8,12,2025 : ସୋମବାର ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ଦେବଦାସ କୁଣ୍ଡୁଙ୍କ ଶ୍ରାଦ୍ଧବାର୍ଷିକୀ ସାମ୍ବାଦିକ ପ୍ରକୋଷ୍ଠରେ ପାଳନ ହୋଇଯାଇଛି।ଏହି ସ୍ମୃତି ସଭାରେ ଏଡିପିଆରଓ ବାଲେଶ୍ଵର ବୁଢାଣ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦାନ୍ କରି କହିଥିଲେ କି ମୁଁ ନୂତନ ଭାବରେ ଆଜି ହିଁ କାର୍ଯ୍ୟରେ ଯୋଗଦେଇଛି ।ମୋର ଭାଗ୍ୟ ଅତି ସୁନ୍ଦର ଆଜିର ଦିନରେ ହିଁ ମୋତେ ଜଣେ ସତ୍ୟନିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଚାରଣ କରିବାର ସୈଭାଗ୍ୟ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶିବଶଙ୍କର ଭୋଇ ସୁରେନ୍ଦ୍ର ଜେନା
ବିରଷ୍ଠ ଓକିଲ ନିରଞ୍ଜନ ପରିଡା ବରିଷ୍ଠ ସାମ୍ବାଦିକ ରବି ରାଉତ ସ୍ବର୍ଗତ ଦେବଦାସ କୁଣ୍ଡୁଙ୍କ ସହିତ କିପରି ଭାବରେ ସମୟ ଅତିବାହିତରିଥିଲେ ତାଙ୍କ ଭଳି ବିରଳ ବ୍ୟକ୍ତିତ୍ବ ଆଉ ଜନ୍ମ ହେବା ଅସମ୍ଭବ ବୋଲି ବଖାଣି ଥିଲେ।ଏହି ପରିପ୍ରେକ୍ଷୀରେ ଦୁଇ ଜଣ ଯୁବକ ସାମ୍ବାଦିକଙ୍କୁ ସ୍ମୃତି କମିଟି ପକ୍ଷରୁ ଉପଢୌକନ ଓ ମାନପତ୍ର ଓ ଊତ୍ତରିୟ ଦେଇ ସମ୍ମାନିତ କରାଯାଇଥିଲାଯୁବ ସାମ୍ବାଦିକ ସନ୍ଦିପ୍ତ ଦାସ ଓ ତ୍ରିଲୋଚନ ମହାନ୍ତିଙ୍କୁ। ଏହି ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆରମ୍ଭ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି କମିଟିର ସମ୍ପାଦକ ଗଗନ କୁମାର ସେଠୀ ବଂଶିଧର ଦଳେଇ ଭଗବାନ ଦାସ ପୂର୍ଣ୍ଣ ବାବୁ ଶରତ ବାରିକ ବାସୁଦେବ ରାଉଳ ପଦ୍ମଲୋଚନ ଦତ୍ତ ତପନ ବାବୁ ପ୍ରଦିପ ବେରା ପ୍ରଶ୍ନଜିତ ଆସ ପ୍ରମୁଖ ଯୋଗଦାନ କରି ନିଜ ନିଜର ସ୍ମୃତି ସୁମନ ଅର୍ପଣ କରିଥିଲେ ଶେଷରେ ଶରତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।