
ବାରିପଦା(କ:ବ୍ଯୁ) ତା୫/୧୨/୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗ, ଗତ ୦୫-୦୬ ଡିସେମ୍ଵରରେ ଏକ ଜାତୀୟ ସ୍ତରୀୟ କ୍ଷମତା ବିକାଶ କାର୍ଯ୍ୟକ୍ରମ “ଡିଜିଟାଲ୍ ଏବଂ ଆର୍ଥିକ ସାକ୍ଷରତା (DiFi)” ଶୀର୍ଷକରେ ଅନୁଷ୍ଠିତ କରିଥିଲା। ଭାରତ ସରକାରଙ୍କ ପି.ଏମ୍-ଉଷା ଦ୍ଵାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗଦେଇଥିଲେ। ଏହି ଉଦ୍ଘାଟନୀ ସମାରୋହରେ ଆଇ.ଆଇ.ଟି ଖଡ଼ଗପୁର ର ପ୍ରଫେସର ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ, ଆର୍.ବି.ଆଇ (RBI) ର ପ୍ରାକ୍ତନ ମୁଖ୍ୟ ଅର୍ଥନୀତିକ ଉପଦେଷ୍ଟା ଶ୍ରୀ ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା, ଆଇ.ଆଇ.ଟି ଖଡ଼ଗପୁର ର ପ୍ରଫେସର ଜିତେନ୍ଦ୍ର ମହାକୁଡ଼ ସମ୍ମାନିତ ଅତିଥି ଏବଂ ପି.ଏମ୍-ଉଷାର ବିଶ୍ଵବିଦ୍ୟାଳୟ ନୋଡ଼ାଲ୍ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାୟକ ଉପପୃଷ୍ଠପୋଷକ ଭାବେ ଯୋଗ ଦେଇଥିଲେ। ଉକ୍ତ ସମାରୋହରେ ପ୍ରୋଗ୍ରାମ ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁ ଅତିଥି ଏବଂ ବିଷୟବସ୍ତୁ ପରିଚୟ ପ୍ରଦାନ କରିଥିଲେ ଏବଂ ସହ-ସଂଯୋଜକ ଓ ଟ୍ରେଜରର୍ ଡକ୍ଟର ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୋଗ୍ରାମ ସହ-ସଂଯୋଜକ ଶ୍ରୀ ବିଶ୍ଵଜିତ ଷଡ଼ଙ୍ଗୀଙ୍କ ସହ ସୁଜାତା ମହାକୁଡ଼ ଏବଂ ସଞ୍ଜିତା ପାଗଲ୍ ମଞ୍ଚ ପରିଚାଳନା କରିଥିଲେ। ଏହି କ୍ଷମତା ବିକାଶ କାର୍ଯ୍ୟକ୍ରମରେ ବାରିପଦାର ଏ.ଏସ.ପି ଶ୍ରୀ ଦୀପକ କୁମାର ଗୋଚ୍ଛାୟତ, ସାଇବର୍ କ୍ରାଇମ୍ ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର ଶ୍ରୀ ପ୍ରଦୀପ କୁମାର ମାଝୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଧାକର ପାତ୍ର, ରେଭେନ୍ସା ବିଶ୍ଵବିଦ୍ୟାଳୟର ଡକ୍ଟର ମନୋଜ କୁମାର ଦାସ, ଏମ.ଏସ.ସି.ବି ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଆଦିତ୍ୟ କୁମାର ପାତ୍ର, ଏମ.ଏସ.ସି.ବି ବିଶ୍ଵବିଦ୍ୟାଳୟର ପ୍ରଫେସର ଏମ୍. ହିମାବିନ୍ଦୁ, ଆଇ.ଏମ୍.ଆଇ (IMI) ର ଡକ୍ଟର ପ୍ରୀତିସ୍ କୁମାର ସାହୁ, ବରିଷ୍ଠ ଆଡଭୋକେଟ୍ ଶ୍ରୀ ବିଭୁପ୍ରସାଦ ଦାସ ଏବଂ LIC କଟକ ଡ଼ିଭିଜନର ଡକ୍ଟର ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବମୋଟ୍ ୧୨୭ଜଣ ଛାତ୍ରଛାତ୍ରୀ ଏବଂ ଶୋଧାର୍ଥୀ ଅଂଶଗ୍ରହଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)