


ରାଜଗାଙ୍ଗପୁର :- ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲୀ ପଞ୍ଚାୟତର ଭୂୟାଁପଡା ସଂଲଗ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନକଟି ଗ୍ରାମରେ ଦିନ ରାତି ହଜାର ହଜାର ଟ୍ରକ ଧଳା ଓ କଳା ପାଉଁଶ ପଡୁ ଥିବାରୁ ଲୋକେ ଓ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କୁତ୍ରା ତହସିଲଦାର ଚେଇଁ ଶୋଇଥିବାର ଚର୍ଚ୍ଚା ଯୋର ଧରିଛି l ଉକ୍ତ ନକଟି ଗ୍ରାମରେ ବେଆଇନ ବିଷାକ୍ତ କଳା ଓ ଧଳା ପାଉଁଶ ସରକାରୀ ଜମି ଉପରେ ପଡୁଥିବା ବେଳେ ତହସିଲଦାର ମହାଶୟ ସବୁ ଜାଣିଶୁଣି ଚୁପ କାହିଁକି ରହୁଛନ୍ତି l ବିରଙ୍ଗାଟୋଲୀ ସରପଞ୍ଚ ମ୍ୟାଡମଙ୍କ ବିନା ଅନୁମତିରେ ପକେଇ ଚାଲିଛନ୍ତି କିଛି ଗ୍ରାମର ଅସାଧୁ ବ୍ୟକ୍ତି । ସରପଞ୍ଚ ମ୍ୟାଡମଙ୍କ ଆଦେଶକୁ ବେଖାତିର କରିବା ସହ ଦାଦାଗିରି କରି ନିଜକୁ ଗୁଣ୍ଡା ଭାବୁଛନ୍ତି ନକଟି ଗ୍ରାମରେ ଥିବା କିଛି ବ୍ୟକ୍ତି l ଦିନ ରାତି ହଜାର ହଜାର ଟ୍ରକ ଓ ହାଇୱା ଯୋଗେ କଳା ଧଳା ପାଉଁଶ ପଡୁ ଥୁବାରୁ ପ୍ରଶାସନ କରୁଛି କଣ ? l ଜନ ଜୀବନ ଓ ବନ୍ୟ ଜନ୍ତୁ ସୁରକ୍ଷା ଆଇନର ଖୋଲା ଉଲଂଘନ କରି ନକଟି ଗ୍ରାମରେ ଥିବା ସରକାରୀ ଜମି ଏବେ କଳାପାଉଁଶ ପ୍ରଦୂଷଣରେ ଭର୍ତ୍ତି ହେଉଥିବାରୁ ତହସିଲଦାର ଓ ପ୍ରଶାସନ ଚେଇଁ ଶୋଇଛି l ନକଟି ଗ୍ରାମରେ ରହୁଥିବା ଗ୍ରାମବାସୀ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ନାହିଁ କେବଳ ଆଖି ଦେଖା l ଏହି କେମିକାଲ ଡଷ୍ଟ ବିଭିନ୍ନ ପ୍ଲାଣ୍ଟରୁ ବେଆଇନ ଆଣି ନକଟି ଗ୍ରାମର ସରକାରୀ ଜମି ଉପରେ ପଡୁଛି କାହାରି ନିଁଘା ନାହିଁ l ସରକାରୀ କଳ ଏହାର ତୁରନ୍ତ ବ୍ୟବସ୍ଥା ନ କଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି