
ରାଜଗାଙ୍ଗପୁର :-ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଲଙ୍ଗାବlହାଲ ସଂଲଗ୍ନ ହାଟ ନିକଟରେ ଥିବା ବସୁଧା ଯୋଜନାର ପାଣି ଟାଙ୍କି ଅଛି କିନ୍ତୁ ନାମକୁ ମାତ୍ର l ସଲଙ୍ଗାବାହାଲ ପଞ୍ଚାୟତରେ ଥିବା ମଞ୍ଜୁଲା ସୋରେଙ୍ଗ ସରପଞ୍ଚ କୌଣସି କାର୍ଯ୍ୟ ସଠିକ ଭାବେ କରୁ ନ ଥିବାରୁ ନେଇ ଗ୍ରାମବାସୀ ଅତିଷ୍ଠ ହେଲେଣି l ବର୍ଷ ବର୍ଷ ଧରି ପାନୀୟ ଜଳ ଗ୍ରାମବାସୀଙ୍କୁ ଯୋଗାଇ ପାରୁ ନାହାଁନ୍ତି ସରପଞ୍ଚ ମ୍ୟାଡମ । ଭୋଟ ଦେବାର ସମୟ ଆସିଲେ ବୁଲି ବୁଲି ସବୁ ୱାର୍ଡ ବୁଲି ମିଛ କହି ଭୋଟ ଭିଖ୍ୟା କରିବା ବେଳକୁ ଲଜ୍ୟା ଟିକେ ଲାଗେନି । ମୁଁ ସବୁ କାମ କରିଦେବି ମୋତେ ଭୋଟ ଦେଇ ଜିତାନ୍ତୁ କହି ଜିତିଲା ପରେ ପଞ୍ଚାୟତରେ ଯେତେ ସବୁ ସରକାରୀ କାର୍ଯ୍ୟ ଆସିଥିଲେ ହେଁ କରିବା ତ ଦୁରର କଥା ପାଣି ଟୋପେ ପିଇବାକୁ ଗ୍ରାମବାସୀଙ୍କୁ ମିଳୁନି l ସଲଙ୍ଗାବାହାଲ ବଷ୍ଟାଣ୍ଡରୁ ମାତ୍ର ୧୦ ଟି ଘର ପାଣି ଦିଆଯାଉଛି ସେଇଟା ଭି ୧୫ ରୁ ୨୦ ମିନିଟ ଆଉ ସବୁ ୱାର୍ଡରେ ଟୋପେ ଭି ପାଣି ମିଳିବା ଅସମ୍ଭବ l ଗୋଟିଏ ବ୍ୟକ୍ତି ଙ୍କୁ ରଖି ସରପଞ୍ଚ ମ୍ୟାଡମ ଓ ପାଣି ଚଳାଉଥିବା ବ୍ୟକ୍ତି ମିଳିମିଶି ବେଶ ରୋଜଗାର କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି l କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଘରକୁ ପାଇପ ଲାଇନ ମାଧ୍ୟମରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଅନେକ ସୁବିଧା କରିଛନ୍ତି l କୁଆଁରମୁଣ୍ଡା ବ୍ଲକର ସଲଙ୍ଗାବlହାଲ ପଞ୍ଚାୟତ ବାସୀଙ୍କ ପାଇଁ ଏ ପ୍ରର୍ଯ୍ୟନ୍ତ କୈାଣସି ସୁବିଧା ହୋଇ ପାରିନାହିଁ l ଉକ୍ତ ପଞ୍ଚାୟତରେ ରିପାରିଙ୍ଗ ଟଙ୍କା ବ୍ଲକ ମlଧ୍ୟମରୁ ଆସୁଛି କାମ କରିବା ପାଇଁ ଏଇ ପଞ୍ଚାୟତରେ ମିଳିମିଶି ଇଓ ଓ ସରପଞ୍ଚ ପକେଟ ଗରମ କରୁ ଥିବାବେଳେ ଗ୍ରାମବାସୀଙ୍କ ସୁବିଧା ଦେଖିବେ କୋଉଁଠି l ବ୍ଲକ ଓ ଜିଲ୍ଲା ପ୍ରଶାସନ ସଲଙ୍ଗାବାହାଲ ପଞ୍ଚାୟତରେ ବହୁ ମାତ୍ରାରେ ଦୁର୍ନୀତି ଚାଲୁଥିବାବେଳେ ଏହାର ଭିଜଲାନ୍ସ ଦ୍ୱାରା ତଦନ୍ତ କରାଯାଉ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ l