
ରାଜଗାଙ୍ଗପୁର :- ୫ ଡିସେମ୍ବର ୨୦୨୫ ଶୁକ୍ରବାର ଦିନ ସାଂସଦ କ୍ରୀଡା ମହୋତ୍ସବ କୁତ୍ରା ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗଏରବାହାଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସାୟୂନ୍ ସାମାଦ୍ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବାଳକ ଓ ବାଳିକା ବିଭାଗରେ ବିଭିନ୍ନ ଦଳଗତ ଓ ଏକକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ପ୍ରତିଯୋଗିତାରେ କ୍ରୀଡା ଶିକ୍ଷକ ଗୋସନର ମିନ୍ଜ, ପୌଲସ୍ଥ୍ୟ ସାହୁ, ଶିକ୍ଷକ ସୁମିତ୍ ଖାଲଖୋ, ବରୁଣ ନିଶାଲ, ଆଶୀର୍ବାଦ ମିଶ୍ର, ପୂଜା ଦେବସା ଓ ସୁପ୍ରିତି ବାଗ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଗୀତାଂଜଳି ଦାଶ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ପ୍ରକାର ସହଯୋଗ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଡିଲେଶ୍ବର ଖମାରୀ ଯୋଗାଣ ଅଧିକାରୀ ଶ୍ରୀ ଅମିର ସିଂହ ବ୍ଲକ ବିଜେପି ସଭାପତି ରାମେଶ୍ବର ସିଂହ ଉପସ୍ଥିତ ରହି ପ୍ରତିଯୋଗିତା ଆୟୋଜନ ସଫଳ କରାଇଥିଲେ ।