“ବାରିପଦା ଠାରେ ସମ୍ବିଧାନ ଦିବସ -୨୦୨୫ ପାଳିତ “

ବାରିପଦା(କ:ବ୍ଯୁ)ତା୨୬-୧୧-୨୦୨୫ ରିଖ ଆଜି ମୟୂରଭଞ୍ଜ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ସଭାପତିତ୍ବରେ ସମ୍ବିଧାନ ଦିବସ ୨୦୨୫ ପାଳିତ ହୋଇଯାଇଛି. ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ତା’ଙ୍କ ଅଭିଭାଷଣ ରେ ବ୍ୟକ୍ତ କରିଥିଲେ କି ଆଜିର ଏହି ଦିବସ ଆମ ଦେଶବାସୀଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ଦିନ.୧୯୪୯ ମସିହା ନଭେମ୍ବର ୨୬ତାରିଖ ରେ ଆମେ ଆମ ନିଜକୁ ଶାସନ କରିବା ପାଇଁ ଆମର ଚିର ସ୍ମରଣୀୟ ମହାମନୀଷୀ ଡ଼କ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସଭାପତିତ୍ବ ରେ ପ୍ରସ୍ତୁତ ହୋଇଥିବା ପୃଥିବୀର ସର୍ବ ବୃହତ ସମ୍ବିଧାନକୁ ଅଙ୍ଗିକାର କରିବାକୁ ସହମତି ପ୍ରକାଶ କରିଥିଲୁ ଏବଂ ଏହି ସମ୍ବିଧାନ ହେଉଛି ଆମ ଦେଶର ଆତ୍ମା. ଏହି ସର୍ବ ବୃହତ ସମ୍ବିଧାନକୁ ସଂଗେ ସଂଗେ ପଢି ବୁଝିବା କଷ୍ଟକର. କିନ୍ତୁ ଆମେ ସମସ୍ତେ ଆମ ଦେଶର ଆତ୍ମା କୁ ଜାଣିବା ଉଚିତ.ସମ୍ବିଧାନ ର ପ୍ରଥମ ଅନୁଚ୍ଛେଦ ରେ ଥିବା ପ୍ରସ୍ତାବନାକୁ ଯଦି ଆମେ ଭଲ ଭାବରେ ବ୍ୟାଖ୍ୟା କରିବା ତେବେ ଆମେ ଆମ ଦେଶର ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ସମ୍ଭନ୍ଧରେ ଜାଣିପାରିବା.ଏହାପରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ବିଧାନର ପ୍ରସ୍ତାବନା (Preamble) କୁ ପାଠ କରାଇଥିଲେ. ଅନୁଷ୍ଠିତ କାର୍ଯ୍ୟକ୍ରମରେ ପି ଏ ଆଇ ଟି ଡି ଏ କପ୍ତିପଦା, କରଞ୍ଜିଆ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନର ଡେପୁଟି କଲେକଟର, ସହକାରୀ ଜିଲ୍ଲାପାଳ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ବିଧାନର ପ୍ରସ୍ତାବନାକୁ ପାଠ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *