“ଦେଭୋଗ ଠାରେ ଏକ ଦୁଇ ଦିନିଆ ଶ୍ରୀଅରବିନ୍ଦ ଯୁବ ଛାତ୍ର ଶିବିର ଉଦଯାପିତ “

ବାରିପଦା/ବାଲିଆପାଳ
(କବ୍ଯୁ)ତା୨୩\୧୧\୨୫
ବାଲିଆପାଳ ବ୍ଲକ ସ୍ତରୀୟ ଯୁବ ଛାତ୍ର ଶିବିର ଗତ ତା ୨୨-୧୧-୨୫ ରିଖ (ଶନିବାର) ଅପରାହ୍ନ ୩ ଘ ରେ ଭାରତର ଆଧ୍ୟାତ୍ମିକ ପତାକା ଉତୋଳନ ମାଧ୍ୟମରେ ଆରମ୍ଭ ହୋଇ ତା ୨୩-୧୧-୨୫ ରିଖ (ରବିବାର) ୪ଘ ରେ ଭାରତର ଆଧ୍ୟାତ୍ମିକ ପତାକା ଅବତରଣ ଓ ଆସ୍ପୃହା ଅଗ୍ନି ପ୍ରଜ୍ବଳନ କରାଯାଇ ଉଦଯାପିତ ହୋଇ ଯାଇଛି। ଉକ୍ତ ଯୁବ ଛାତ୍ର ଶିବିର ବାଲିଆପାଳ ବ୍ଲକ ଦେଭଗ ପଞ୍ଚାୟତ ର ଶ୍ରୀ ହରି ଚରଣ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଯୁବ ଛାତ୍ର ଶିବିର ବାଲିଆପାଳ ବ୍ଲକ ର ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠନ ତରଫରୁ ଆୟୋଜନ କରାଯାଇଥିବା ବେଳେ ମୂଖ୍ୟ ଅତିଥି ଭାବରେ ବରିଷ୍ଠ ସାଧକ ରାଖାଲ ଚନ୍ଦ୍ର ମାହାନା , ବେଣୁଧର ଜେନା , ସମ୍ମାନିତ ଅତିଥି ଭାବେ ନେପାଳ ଚନ୍ଦ୍ର ମାହାନା, କରୁଣାକର ବେହେରା, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପ୍ରଧାନ ଯୋଗ ଦାନ କରିଥିଲେ, ମୂଖ୍ୟ ବକ୍ତା ଭାବରେ ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ଜିଲ୍ଲା ସଙ୍ଗଠକ ଦୟାନିଧି ପାତ୍ର, କଳ୍ପତରୁ ପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ବଞ୍ଚିବା ର କଳା, ଶ୍ରୀଅରବିନ୍ଦ ପାଠଚକ୍ର ର ଆବଶ୍ୟକତା , ଆଧ୍ୟାତ୍ମିକ ଭାରତ ବର୍ଷ ଗଠନ ରେ ଛାତ୍ର ଛାତ୍ରୀ ମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା ରଖିଥିଲେ। ଉକ୍ତ ଶିବିରେ ଲକ୍ଷ୍ମଣ ସେନାପତି ସଭା ପରିଚାଳନା କରିଥିଲା ବେଳେ ଚିନ୍ମୟୀ ଜେନା, ଗୁରୁପ୍ରସାଦ ମାହାନା, ହରେନ୍ଦ୍ର ସାହୁ, ବରେନ୍ଦ୍ର ମାଣିକ, ବିନୋଦ ଭାଇ, ସଞ୍ଜୟ ଭାଇ, ଅଞ୍ଜନ ଭାଇ, ପ୍ରଭାତ କୁମାର ନନ୍ଦୀ, ନରେନ ବାରିକ୍, ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଶିବିର ର ପ୍ରମୁଖ ପରିଚାଳନା ଦାୟିତ୍ଵ ନେଇଥିଲେ। ଉକ୍ତ ଶିବିରରେ ୬୦୦ରୁ ଅଧିକ ଛାତ୍ର ଛାତ୍ରୀ, ବାଲିଆପାଳ ବ୍ଲକ ର ସମସ୍ତ ଶ୍ରୀଅରବିନ୍ଦ ପାଠଚକ୍ର ର ଭାଇ ଭଉଣୀ ଓ ଜ୍ଞାନୀ ଗୁଣୀ ମାନେ ଉପସ୍ଥିତ ରହି ଦିବ୍ୟକୃପା ଲାଭ କରିବା ହେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *