ରାୟଗଡ଼ା ୟୁ ଜି ଏମ ଆଇ ଟି ବୈଷୟିକ ଅନୁଷ୍ଠାନ ଅଧ୍ୟାପକ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ରାୟଗଡା ( ତପନ କାଡ୍ରାକା)
ରାୟଗଡା ସ୍ଥିତ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଅଧ୍ୟାପକ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଆଜି ଧାରଣାରେ ବସିଛନ୍ତି I ଅନୁଷ୍ଠାନ ଆଗରେ ଧାରଣାରେ ବସି ଛାତ୍ରଛାତ୍ରୀ ମାନେ ନ୍ୟାୟ ଦିଆ ଯାଉ ବୋଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା I ପ୍ରଥମ ସେମିଷ୍ଟାର ଛାତ୍ରୀଙ୍କୁ ଗଣିତ ବିଭାଗର ଅଧ୍ଯାପକ ପ୍ରଦୀପ ତ୍ରିପାଠୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା I ଇଣ୍ଟରନାଲ କମିଟିର ଯାଞ୍ଚ୍ ପରେ ବି କାର୍ଯ୍ଯାନୁଷ୍ଠାନ ହୋଇନଥିଲା ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି I ଗତ ୨୫ ତାରିଖରେ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ I ପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଜଣେ ଛାତ୍ର ପ୍ରକାଶ କରିଛନ୍ତି I ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଛାତ୍ର ଛାତ୍ରୀ ଧାରଣାରେ ବସିଥିଲେ I
ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଲା ପରେ ରାୟଗଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ I ଏପରିକି ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନର ଫାଟକ ବନ୍ଦ କରି ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ I ରାୟଗଡା ଏସ ଡି ପି ଓ ଗୌରହରୀ ସାହୁ, ଆଇ ଆଇ ସି ପ୍ରସନ୍ନ କୁମାର ବେହେରା ଉତ୍ତେଜିତ ଛାତ୍ର ଛାତ୍ରୀଙ୍କୁ ବୂଝା ସୁଝା କରୁଥିଲେ I ଛାତ୍ର ଛାତ୍ରୀ ମାନେ ସମ୍ପୃକ୍ତ ଅଧ୍ୟାପକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ ଧରି ଫାଟକ ସମ୍ମୁଖରେ ବସିଥିଲେ I ଘଟଣା ପରେ ରାୟଗଡା ବିଧା‌ୟକ ଆପଲାସ୍ବାମୀ କାଡ୍ରାକା,କଂଗ୍ରେସର ବରିଷ୍ଠ ନେତା ଦୁର୍ଗା ପ୍ରସାଦ ପଣ୍ଡା, ବିଜେପିର କର୍ମକର୍ତା ଓ ବିଜେଡି ନେତା ମାନେ ଘଟଣା ସ୍ଥଳରେ ପହଁଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସଂପୃକ୍ତ ଶିକ୍ଷକଙ୍କୁ ପୁଲିସ ଅଟକ ରଖିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *