ବରଗଡ଼ (କ. ବ୍ୟୁ ) : ଅର୍ଥ ହିଁ ଅନର୍ଥର ମୂଳ କାରଣ ହୁଏ l ଘଟଣାଟି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚିଖିଲି ପଞ୍ଚାୟତ କୁଜlମୁଣ୍ଡା ଗାଁର ପିଙ୍କୁ ସିଂ ଙ୍କ ଜୀବନ ଉପରେ l ସ୍ତ୍ରୀ ଓ ପୁଅ ଦୁଇ ମିଶି ଚାରି ପ୍ରାଣୀ ସୁଖରେ ଜୀବନ ବିତାଇବାର ଲକ୍ଷରେ ଗତ ସେପ୍ଟେମ୍ବର ଚାରି ତାରିଖରେ ଏକ ଅପୂର୍ବ ଅଘଟଣ ଘାଇଗଲା l ଘରେ ବର୍ଷାପାଣି ପଡିବାରୁ ସିଢ଼ୀରେ ପଲିଥିନ ଦେଇ ଓହ୍ଲାଇବା ବେଳେ ସିଢିରୁ ମୁଣ୍ଡ ତାଳହୋଇ ପିଙ୍କୁ ପଡି ଯାଇଥିଲେ l ଯଥାଶୀଘ୍ର ବରଗଡ ଡାକ୍ତରଖାନା ପହଞ୍ଚାଇ ଘରୋଇ ବିକାଶ ଡାକ୍ତରଖାନାରେ ସେବା ପାଇ କିଛି ଜୀବନ ପାଇଛନ୍ତି l ବର୍ତମାନ ତିନିମାସ ହେବ ଖପୁରି ପରୀକ୍ଷା ପାଇଁ ପଠା ଯାଇଛି ଓ ଦୁଇଜଣ ପହରା ରହୁଛନ୍ତି l କାରଣ ଅମ୍ଳଜାନ ଲାଗିଛି ଓ ନିଜେ ପିଙ୍କୁ ସିଂ ବଳପୂର୍ବକ କାଢ଼ିବାର ଜଣା ପଡୁଛି l ବର୍ତ୍ତମାନ ଗରୀବର ଘରେ ପିପଦ ଛାଉଣୀ ଭଳି ସେ ମୁମୁର୍ଷୁ ଅବସ୍ଥାରେ ଶଯ୍ୟାଶାୟୀ l ସ୍ତ୍ରୀ ଜୀବନକୁ ବାଜିଲାଗେଇ ପତିଙ୍କ ସେବାରେ ରହି ଅଭାବର ଆଇନା ଦେଖିଲାଭଳି ଅର୍ଥ ଏବେ ଅନର୍ଥ କରିବାକୁ ଯାଉଛି l ଏଣୁ ପରିବାର ପାଇଁ ସ୍ତ୍ରୀଙ୍କ ବିନୟ ପ୍ରାର୍ଥନା ବର୍ତ୍ତମାନ ସ୍ୱମିକୁ ସମ୍ପୂର୍ଣ ଭତ୍ତା ଓ ଅନ୍ତୋର୍ଦୟ ସହାୟତା ସହିତ ରହିବାକୁ ବାସ ଜରୁରୀ ଅଟେ l ଘଟଣାକୁ ଆଖିରେ ରଖି ଜିଲ୍ଲାପାଳ ଜନ ଶୁଣାଣିରୁ ହୁଇଲ ଚେୟାର ପ୍ରଦାନ କରିଛନ୍ତି l ବରଗଡ଼ରୁ
ଫକୀର ଦୀପଙ୍କ ରିପୋର୍ଟ