“ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ  ରେ ଦୀର୍ଘ ଦିନ ଧରି  ଔଷଧ ନାହିଁ”

ବାରିପଦା-ଉଦଳା(କ:ବ୍ଯୁ) ତା୨୭/୧୦/୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଆୟୁର୍ବେଦିକ ଡାକ୍ତର ଖାନା‌‌ ମାନଙ୍କରେ ନିଃଶୁଳ୍କ ଔଷଧ ମିଳୁ ନଥିବାରୁ ରୋଗୀମାନେ ଅର୍ଥଦଣ୍ଡ ରେ ଦଣ୍ଡିତ । ସାଧାରଣତଃ ଥଣ୍ଡା,ଜର,ଅମ୍ଳ,ବାୟୁ,ଅଣ୍ଠୁଗଣ୍ଠିବାତ ପାଇଁ ବିଭିନ୍ନ ଅଞ୍ଚଳ ରୁ ରୋଗୀମାନେ ଔଷଧ  ସେବନ କରି ବିନା ପାର୍ସ୍ବ ପ୍ରତିକ୍ରୀୟା ରେ ରୋଗମୁକ୍ତ ହେଉଥିଲେ ।ମୟୁରଭଞ୍ଜ ଜିଲ୍ଲା ର ୪୫ ଗୋଟି ଆୟୁର୍ବେଦିକ ଡାକ୍ତର ଖାନା‌‌ ଥିବାବେଳେ ଉପଖଣ୍ଡ ର ସମସ୍ତ ସରକାରୀ‌ ଆୟୁର୍ବେଦିକ ଡାକ୍ତର ଖାନା‌‌ ରେ ଔଷଧ ମିଳୁ ନଥିବାରୁ ନାହିଁନଥିବା ସମସ୍ୟା ଦେଖାଦେଇଛି ।ଜିଲ୍ଲା ର ଆୟୁର୍ବେଦିକ ଡାକ୍ତର ଖାନା‌‌ ର ମୁଖ୍ୟ ଚିକିତ୍ସା  ଅଧିକାରୀଣି ଙ୍କୁ ଯୋଗାଯୋଗ କରାଯିବା ରୁ ସେ ପ୍ରକାଶ କରିଛନ୍ତି ଆମେ ଭୁବନେଶ୍ବର ର ଡ୍ରଗ ହାଉସ୍ କୁ ଜଣାଇଛୁ ୧୦ /୧୧/୨୦୨୫ ରେ ସାମୁହିକ ଔଷଧ ଆସିବ ।   କଥା ପ୍ରସଙ୍ଗ ରେ ପ୍ରକାଶ କରିଛନ୍ତି ବାଡି‌ ବଗିଚାରେ ଅନେକ ଔଷଧୀୟ ଗ୍ଳୁମ୍ମ ଓ ବୃକ୍ଷ ଅଛି ଏହାର ସଠିକ ଅନୁପାନ ରେ ସେବନ କଲେ ବହୁ ରୋଗରୁ ଉପସମ ହୋଇ ପାରିବେ । ଗଛକୁ ଚିହ୍ନିବା ସ୍ଥାନୀୟ ଅଞ୍ଚଳ‌ ରେ ଏକ ସଚ୍ଚେ ତନତା କାର୍ଯ୍ୟକ୍ରମ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ପଞ୍ଚାୟତ ସ୍ତରରେ  କରାଗଲେ ଜନସାଧାରଣ ସାମୁହିକ ଉପକୃତ ହୋଇପାରନ୍ତେ ।ଏଥି ପ୍ରତି‌ ଆୟୁସ ମନ୍ତ୍ରାଳୟ  ସରକାରଙ୍କ ‌ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କତୃପକ୍ଷ ଦୃଷ୍ଟି‌ପଡିବା‌ ସହିତ‌ ଉଚିତ ପଦକ୍ଷେପ  ନେବା ସହିତ ଔଷଧ ମିଳୁନଥିବା ସମସ୍ୟାର ସମାଧାନ ପାଇଁ ସାଧାରଣ ରେ ଦାବି ମାନ ହେଉଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *