
ଚଣ୍ଡିଖୋଲ ୨୮/୧୦(କ ବ୍ୟୁ)ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ନାୟକ ଙ୍କୁ ଚଳିତବର୍ଷ ପ୍ରକୃତି ବନ୍ଧୁ ସମ୍ମାନ ୨୦୨୫ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଉଦୀୟମାନ ର ୨୪ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ଅବସରର ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର,ସଭାପତି ଆବିନାଶ ଜେନା ଙ୍କ ସଭାପତିତ୍ବରେ। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ନାୟକ, ମୂଖ୍ୟ ବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦ୍ୟୁମ୍ନ କୁମାର ଶତପଥୀ,ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲାର ପ୍ରାକ୍ତନ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ଶତପଥୀ ଓ ଯାଜପୁର ଜିଲ୍ଲା ଭାଜପା ସଭାନେତ୍ରୀ ଦେବଯାନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରୀ ନାୟକଙ୍କୁ ଉତ୍ତରୀୟ ,ମାନପତ୍ର ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଡକ୍ଟର ନାୟକ ନିଜେ ବ୍ୟାପକ ବୃକ୍ଷ ରୋପଣ କରିବା ସହିତ ଅନ୍ୟ ମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହୀତ କରିଥାନ୍ତି। ବିଶେଷ କରି ପ୍ରତି ବର୍ଷ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବଡଚଣା ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥାନ୍ତି। ଏଥି ପାଇଁ ସେ ବହୁ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ତଥା ଜିଲ୍ଲାସ୍ତରୀୟ ଉତ୍ସବରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ପ୍ରଦାନ କରା ଯାଇଥିବାରୁ ବଡଚଣା ବିଧାୟକ ଅମର ନାୟକ, କଲେଜ ଅଧକ୍ଷ ପ୍ରସନ୍ନ କୁମାର ମହାପାତ୍ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ପରିବେଶବିତ୍ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।