ନିଜିଗଡ଼ ପଂଚାୟରେ ମହାଘୋଟାଲା ପଂଚାୟତ କାର୍ଯ୍ୟାଳୟ ଉନ୍ନତିକରଣ ନାଁ ରେ ସାଢେ ଚାରି ଲକ୍ଷ ଟଙ୍କାର ଫଲସ ବିଲ

ପାଲଲହଡା, ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପାଲଲହଡା ବ୍ଲକର ହାର୍ଟ କୁହାଯାଉଥିବା ଏବଂ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ପଚାଶ ଫୁଟ ଦୂରରେ ଅବସ୍ଥିତ ନିଜିଗଡ଼ ପଂଚାୟତ ଏବେ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି !କେତେବେଳେ ଡ୍ରେନ ସଫେଇ ନାଁ ରେ ତ ପୁଣି କେତେବେଳେ ଶୌଚାଳୟ ନିର୍ମାଣ ଓ ପଂଚାୟତ କାର୍ଯ୍ୟାଳୟ ଉନ୍ନତିକରଣ ନାମରେ ଗତ କିଛି ବର୍ଷ ହେଲା ଲକ୍ଷ ଲକ୍ଷ ଟଙ୍କାର ଫଲସ ବିଲ ହେଉଥିବାର ବାରମ୍ବାର ବିଭିନ୍ନ ଗଣ ମାଧ୍ୟମ ର ପୃଷ୍ଠା ମଣ୍ଡନ କରିଆସୁଥିବା ବେଳେ ବ୍ଲକ ଓ ଉପଖଣ୍ଡ ପ୍ରଶାସନ ସବୁ ଜାଣି ଚୁପ ବସିଯାଉଥିବାର ଦେଖା ଯାଉଛି !ପାଲଲହଡା ଟାଉନର ସମସ୍ତ ଗଳି ରାସ୍ତା ଓ ଡ୍ରେନ ସଫେଇ ନାଁ ରେ ଚଳିତ ମାସ14ତାରିଖରେ ରେ ପ୍ରାୟ ଚାରି ଲକ୍ଷ ଟଙ୍କାର ମିଥ୍ୟା ବିଲ ହେବା ଘଟଣା ପଂଚାୟତ ବାସୀଙ୍କ ମନରୁ ନ ଲିଭୁଣୁ ପୁନଶ୍ଚ ଗତ ଅଠର ତାରିଖରେ ପଂଚାୟତ କାର୍ଯ୍ୟାଳୟ ଉନ୍ନତି କରଣ ନାମରେ ସାଢେ ଚାରି ଲକ୍ଷ ଟଙ୍କାର ମିଥ୍ୟା ବିଲ ହେବା ଘଟଣା ପଂଚାୟତ ଓ ବ୍ଲକ ପ୍ରଶାସନର ସ୍ୱଚ୍ଚତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି !
ପ୍ରାପ୍ତ ଖବରରୁ ପ୍ରକାଶ ଯେ 2025/26 ଆର୍ଥିକ ବର୍ଷରେ ପନ୍ଦର ତମ ଅର୍ଥ କମିସନ ଫଣ୍ଡ ର4215ଅନ୍ତର୍ଗତ ଜଳ ଯୋଗାଣ ଓ ପରିମଳ, 105 ବର୍ଜ୍ୟ ବସ୍ତୁ ପରିଚାଳନା 56ବାସଗୃହ ରୁ ପୃଥକୀକରଣ (4215Capital out lay on water supply & Sanitation 105-Sewage & solid waste management 56Segregation Bins at household (SBM-G) )ରୁ ଗତ ଚଉଦ ତାରିଖ ଦିନ ଫଲସ ସିଲିଂ 2086.93ବର୍ଗ ମିଟର ପିଛା 147.25 ବର୍ଗ ମିଟର କରି 3,07300/, ସ୍ଲା୍ଇଡିଂ ଫିଟିଙ୍ଗ ବାବଦକୁ ବର୍ଗ ମିଟର 6038.79ହିସାବରେ 2.28ବର୍ଗ ମିଟରର 1376.80/ ଏବଂ ରଙ୍ଗୀନ ପ୍ଲାଏ 48ଟିକୁ ଗୋଟା ପ୍ରତି 3650ହିସାବରେ 175200/ ଏଇଭଳି ମୋଟ 4,92,500/ ଟଙ୍କାର ଭାଉଚର ପୈଠ କରି ଗତ ଅଠର ତାରିଖ ଦିନ ସାଢେ ଚାରି ଲକ୍ଷ ଟଙ୍କା ଏଡିଓ ଙ୍କ ଆକାଉଣ୍ଟ କୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିବାର ଏକ ଦସ୍ତାବିଜ ରୁ ଜଣାପଡିଛି !ଯାହାର ଭାଉଚର ନମ୍ବର ହେଉଛି XVFC/2025-26/P/4 ଏବଂ କୋଡ଼ ନମ୍ବର 117956036 ତଥା ଫାଇଲ ନମ୍ବର 1760435789748 ମୁତାବକ ପଂଚାୟତ କାର୍ଯ୍ୟାଳୟ ର ଏଡିଓ ଶୁଭେନ୍ଦୁ କୁମାର ସାହୁଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଗତ 18ତାରିଖ ଦିନ ପଂଚାୟତ କାର୍ଯ୍ୟାଳୟର ଉନ୍ନତିକରଣ ହୋଇଥିବାର ଦର୍ଶାଇ ସାଢେ ଚାରି ଲକ୍ଷ ଟଙ୍କା ପେମେଣ୍ଟ ହୋଇଛି ! ଯାହାର ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ହେଲେ ଏହା ପଛରେ ଲୁଚିରହିଥିବା ବହୁ ଭଦ୍ରମୁଖା ଙ୍କର ଅସଲି ଚେହେରା ସାମ୍ନାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି !ରାଜ୍ୟରେ ଡ଼ବଲ ଇଂଜିନ ସରକାର ଦୁର୍ନୀତି ର ମୁଳୋତ୍ପାଟନ ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ଦୟାକରି ନିଜିଗଡ଼ ପଂଚାୟତ ରେ ଚାଲିଥିବା ପୁଞ୍ଜ ପୁଞ୍ଜ ଦୁର୍ନୀତି ର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଜଗଡ଼ ପଂଚାୟତ ବାସୀ ରାଜ୍ୟ ସରକାର ଙ୍କ ଠାରେ ଅନୁରୋଧ କରିଛନ୍ତି ! ଏସମ୍ପର୍କରେ ସମ୍ପୃକ୍ତ ଏଡିଓ ଶୁଭେନ୍ଦୁ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଯେହେତୁ କାର୍ଯ୍ୟନିର୍ବାହୀ ଅଧିକାରୀ ତେଣୁ ତାଙ୍କ ନାମରେ ବିଲ ହୋଇ ତାଙ୍କ ଆକାଉଣ୍ଟ କୁ ପେମେଣ୍ଟ ଆସିବା ସ୍ୱାଭାବିକ କଥା,ଏବଂ ଏଥିପାଇଁ ମଧ୍ୟ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ମହାନ୍ତ, ଆସିଷ୍ଟାଣ୍ଟ ଇଞ୍ଜିନିଅର ଶ୍ରୀଯୁକ୍ତ ସ୍ୱାଇଁ ବିଲ ପ୍ରସ୍ତୁତ କରି ଦସ୍ତଖତ ଦେଇଛନ୍ତି ତେଣୁ ବିଲ ହୋଇଛି ବୋଲି ସଫେଇ ଦେଇ ନିଜ ମୁଣ୍ଡରୁ ଅଠା ପୋଛିଦେଇଛନ୍ତି ! କିନ୍ତୁ କେଉଁଠି କଣ କାମ ହୋଇଛି ତାହା ତଦନ୍ତ ହେଲେ ଆହୁରି ବହୁତ ଘୋଟାଲାର ପର୍ଦା ଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି !ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ପ୍ରଶାସନିକ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ କୁମାର ମିଶ୍ର ଙ୍କୁ ଯୋଗାଯୋଗ କରିବାରୁ ସେ ଆସନ୍ତା ସପ୍ତାହରେ ଜିପିଇଓ ଏବଂ ଅନ୍ୟ ଜଣେ ପଂଚାୟତ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରି ଦୁର୍ନୀତି ହୋଇଥିଲେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି !କିନ୍ତୁ ପ୍ରକୃତ ପକ୍ଷେ କେଉଁଠି କଣ ରାସ୍ତା ଓ ଡ୍ରେନ ସଫେଇ କି ପଂଚାୟତ କାର୍ଯ୍ୟାଳୟର ଉନ୍ନତିକରଣ ହୋଇଛି ତାହା କେହିବି ଜାଣିନାହାନ୍ତି, ସୁତରାଂ ନିଜିଗଡ଼ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ବିଗତ ୩ ବର୍ଷ ଭିତରେ ପଂଚାୟତ ପ୍ରଶାସନ ଅଧୀନରେ ହୋଇଥିବା ବସ ଷ୍ଟାଣ୍ଡ ଦୋକାନ ଘର ବଣ୍ଟା ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାମର କାର୍ଯ୍ୟ କାରିତା ଓ ସ୍ୱଚ୍ଛତା ର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ପାଇଁ ପାଲଲହଡା ବାସୀ ଜିଲ୍ଲାପାଳ ଙ୍କ ନିକଟରେ ଦୃଢ ଦାବୀ କରିଛନ୍ତି !

Leave a Reply

Your email address will not be published. Required fields are marked *