
ରାଜଗାଙ୍ଗପୁର :- କୁତ୍ରା ବ୍ଲକ ଅନ୍ତର୍ଗତ ସାନଗୁଢିଆଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୁନମୁରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବାନୀ ନାଏକ ସଭାପତିତ୍ବରେ ମୋ ସ୍ୱପ୍ନର ଓଡିଶା -୨୦୨୬ ଶୀର୍ଷକ ଏହି ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ କଳାକାର ମାନଙ୍କୁ ସେମାନଙ୍କ ନିକଟରେ ଥିବା ଲୁକ୍କାଇତ କଳାକୁ ନିୟମିତ ଭାବେ ଅଭ୍ୟାସ କରି ବିକଶିତ କରିବା ପାଇଁ ପ୍ରେରଣା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସର୍ଗୁ କିଶାନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେଶ କୁମାର ସାହୁ, ସିଆରସିସି ବୈଦ୍ୟନାଥ ଜୟପୁରିଆ,ତୁନମୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ସରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁନିଲ ବାଗ ଯୋଗ ଦେଇଥିଲେ। ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ନିରଞ୍ଜନ ରାଉଳ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିଆରସିସି ରାଜେଶ ବେହେରା, ସୁଦିପ୍ତ ବେହେରା, କ୍ଷଣପ୍ରଭା ମାର୍ଥା, ତପନ ସେଠୀ ପ୍ରମୁଖ ଯୋଗ ଦେଇ ସୁରଭି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥଲେ। ସର୍ଗୁ କିଶାନ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାଢ଼ୀ ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସିଆରସିସି ବୈଦ୍ୟନାଥ ଜୟପୁରିଆଙ୍କ ତତ୍ତ୍ଵାବଧାରେ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।