ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପ -୨୦୨୫ ରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି କଳାହାଣ୍ଡି ଟିମ୍

ତାରିଖ 21.10.25,kesinga

ତା ଅକ୍ଟୋବର ୧୮ ତାରିଖ ଓ ୧୯ ତାରିଖ ଦିନ ଓଡ଼ିଶା ରାଜ୍ୟର କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ରେ ଷଷ୍ଠ ରାଜ୍ୟ ସ୍ତରୀୟ କ୍ୱାନ କି ଡୁ ଓ ସଷ୍ଠ ଦଶ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପ -୨୦୨୫ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ କଳାହାଣ୍ଡି ଜିଲ୍ଲାର ମାଷ୍ଟର ଛବିଲାଲ ନିଆଲଙ୍କ ନିର୍ଦେଶ କ୍ରମେ କେସିଙ୍ଗାର ମାଷ୍ଟର ଟଲଷ୍ଟୟ ଦୁର୍ଗା ମୁଖ୍ୟ କୋଚ୍ ଭାବେ ଓ ଭବାନୀପାଟଣା ର ମାଷ୍ଟର ବିଜୟ ସହକାରୀ କୋଚ୍ ଭାବେ କଳାହାଣ୍ଡିର ୩୧ ଜଣ ପ୍ରଜିଯୋଗି ସହ ଭାଗ ନେଇଥିଲେ । ଏହା ସହିତ କେସିଙ୍ଗା ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିରାଣି ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ କଳାହାଣ୍ଡି ରୁ ୧୨ ଜଣ ସ୍ଵର୍ଣ୍ଣପଦକ, ୧୨ ଜଣ ରୌପ୍ୟ ପଦକ ଓ ୧୦ ଜଣ କାଂସ୍ୟ ପଦକ ହାସଲ କରି ସମଗ୍ର ରାଜ୍ୟରେ କଳାହାଣ୍ଡି ଦ୍ବିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିପାରିଚି ।ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା କ୍ୱାନ କି ଡୁ ସଭାପତି ଭାବେ ତାପସ ମିଶ୍ର, ଅଫିସିଆଲ୍ ଭାବେ ଖିତିସ ଯୋଗ ଦେଇଥିବା ବେଳେ ଅଭିଭାବକ ଭାବେ ସୁନୀତା ବେବୋର୍ତ୍ତା ,ତପନ କୁମାର ଦାଶ,ସୋନୁ ମିଶ୍ର, ରତ୍ନାକର ତାଣ୍ଡି ଇତ୍ୟାଦି ଯୋଗ ଦେଇ ପ୍ରତିଯୋଗୀ ଓ ଦଳକୁ ସହଯୋଗ କରିବା ସହିତ ଉତ୍ସାହିତ କରି ମନୋବଳ ବୃଦ୍ଧି କରିଥିଲେ ।ଏହାକୁ କେସଙ୍ଗା ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁଶାନ୍ତ ମହାପାତ୍ର , ସଂଗ୍ରାମ କେଶରୀ ସିଂଦେଓ , ବିବେକ ଦାଶ,ମଧୁସୂଦନ ଠାକୁର ସ୍ଵାଗତ କରିବା ସହ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ କୁମାର ବେହେରା, ବିଶିଷ୍ଟ ସମାଜ ସେବୀ ତଥା ପୂର୍ବତନ ନଗର ପାଳ ଶ୍ରୀ ରାମ କୁମାର ଜୈନ, କଳାହାଣ୍ଡି ଆଥଲେଟୀକ୍ ସଂଘର ସଂପାଦକ ଶ୍ରୀ ପୁରନ୍ଦର ଭୋଇ ପ୍ରମୁଖ ସମସ୍ତଙ୍କୁ ଶୁଭେଛା ଜଣେଇବା ସହ କଳାହାଣ୍ଡି ତଥା ଆଖ ପାଖ ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରୁଛନ୍ତି ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *