ଶୁଭ ଦୀପାବଳି

ଆଲୋକର ପର୍ବ ଶୁଭ ଦୀପାବଳି
ସଂସ୍କୃତିରଏ ଗୈାରବ
ଯୁଗ ଯୁଗ ଧରି ପାଳନ ହଉଛି
ଇତିହାସ ଦୃଢ଼ ଭାବ।
ପଲ୍ଲୀ ରୁ ସହର ଝଲସି ଯାଉଛି
ଆଲୋକ ମାଳାର ରୂପ
ବାଣ ଫୁଟାଫୁଟି ନାନା ଜାତି ବାଣ
ଆବାଜ ଥାଏ ସ୍ବରୂପ।
ପୂରୁବ ପୁରୁଷ ମେଲାଣି ଦଉଛି
ବଡ଼ବଡ଼ ଡାକ ଦେଇ
ଅନ୍ଧାରରେ ଆସ ଆଲୋକରେ ଯାଓ
୨୨ ପାହାଚ ଗଢେଇ.
ଏଇ ଦିନ ସବୁ ପିଠାପଣା ହୁଏ
ହସି ଉଠେ ଘର ଦ୍ବାର
ଆନନ୍ଦ ଲାଗଇ ପରିବାର ମଧ୍ୟରେ
କିଣା ହୁଏ ଅଳଂକାର।
ଏ ମାନଗୋବିନ୍ଦ ଶୁଭ ଦୀପାବଳି
ସଭିଙ୍କ ମଙ୍ଗଳ ହଉ
ଜଗତ କଲ୍ୟାଣ ପ୍ରଭୁ ଆଶିର୍ବାଦ
ସୁଖେ ଦିନ ବିତି ଯାଉ।

(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *