“ଜାତିର ନିର୍ମାତା ଭାବେ ଶିକ୍ଷକ ସମ୍ମାନିତ”

ବାରିପଦା-ଉଦଳା(କ:ବ୍ଯୁ) ତା.୧୫/୧୦- ଅଦ୍ୟ ଉଦଳା ସରକାରୀ ପୂର୍ତ ବିଭାଗ ଡ଼ାକବଙ୍ଗଳା ପରିସର ମଧ୍ୟରେ ରୋଟାରୀ କ୍ଲବର ଏକ ସମ୍ବଦ୍ଧନା ସଭା ହୋଇଯାଇଛି । ଏଥିରେ ରୋଟାରୀ କ୍ଲବର ସଭାପତି ରୋଟାରିଆନ ପୁର୍ଣଚନ୍ଦ୍ର ବିଶ୍ଵାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ରୋଟାରିଆନ ସୁଦର୍ଶନ ପ୍ରଧାନ ଉତ୍ସବର ସୂଚନା ପ୍ରଦାନ କରିଥିଲେ । ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ହୋଇ ରୋଟାରୀ କ୍ଲବର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ସମସ୍ତ ଜାତି ନିର୍ମାତା ମାନଙ୍କୁ ସମ୍ମାନିତ କରିଥିଲେ । ଉପସଭାପତି ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ଉଦଳା ରୋଟାରୀ କ୍ଲବର ଇତିହାସ ବର୍ଣନା କରିବା ସହିତ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ । ବିନା ମୂଲ୍ୟରେ ହାର୍ନିଆ ଅପରେସନ ଠାରୁ ଆରମ୍ଭ କରି ପାଣି ପ୍ରକଳ୍ପ, ବୃକ୍ଷ ରୋପଣ, ପୌଢ଼ ଶିକ୍ଷାକେନ୍ଦ୍ର ସ୍ଥାପନ, ସ୍ବାସ୍ଥ୍ୟ ସେବା, ରକ୍ତନମୁନା ପରୀକ୍ଷାଗାର, ଡ଼ି.ଏମ.ଏଲ.ଟି. ଓ ସର୍ବୋପରି ବୃଦ୍ଧାଶ୍ରମର ଶୁଭ ଉଦ୍‌ଘାଟନ ଉପରେ ଆଲୋଚନା କରିଥିଲେ । ଶେଷରେ ଉଦଳା, କପ୍ତିପଦା, ଖୁଣ୍ଟା ଓ ଜିବି ନଗର ୪ ଗୋଟି ବ୍ଲକରୁ ଆମନ୍ତ୍ରୀତ ହୋଇଥିବା ନିମ୍ନଲିଖୂତ ଶିକ୍ଷକ, ଶିକ୍ଷୀକା ମାନଙ୍କୁ ଜାତିର ନିର୍ମାତା ଭାବେ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଖୁଣ୍ଟା ବ୍ଳକରୁ ଅଜୟ କୁମାର ମହାନ୍ତ, ପ୍ରାଣକୃଷ୍ଣ ପୁଥାଳ, ବୁଧିଆ ପାତ୍ର ଓ ଗୀତାଞ୍ଜଳି ପଣ୍ଡା, ଗୋପବନ୍ଧୁନଗର ବ୍ଲକରୁ କମଳାକାନ୍ତ ବେହେରା, ବନ୍ଦିତା ବାରିକ, ଭାଗିରଥି ପରିଡ଼ା ଓ ଦେବବ୍ରତ ବାରିକ, କପ୍ତିପଦା ବ୍ଳକରୁ ମୃତ୍ୟୁଞ୍ଜୟ ମହାନ୍ତି, ଆଶୁତୋଷ ସାହୁ ଓ ପ୍ରଫୁଲ କୁମାର ନାୟକ ସେହିପରି ଉଦଳା ବ୍ଳକରୁ ଶାନ୍ତନୁ କୁମାର ଦାସ, ପ୍ରମୋଦା ସେନାପତି ଓ ମୀନାକ୍ଷୀ ମିଶ୍ର ଅନ୍ୟତମ ।
ସମ୍ମାନିତ ଶିକ୍ଷକ ଓ ଶିକ୍ଷୀକାଗଣ ସେମାନଙ୍କର ଆତ୍ମ ପରିଚୟ ସହିତ ନିଜ ନିଜର ମତାମତ ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବର ପ୍ରାକ୍ତନ ସଭାପତି ରୋଟାରିଆନ ମନୋରଂଜନ ପାଢ଼ି, ଅଜୟ କୁମାର ବେହେରା, ବ୍ରହ୍ମାନନ୍ଦ ନାୟକ ଓ ଦୋଳମଣି ପୁହାଣ ପ୍ରମୁଖ ସଭ୍ୟଗଣ ଉପସ୍ଥିତ ରହି ନିଜ ନିଜର ମତ ବ୍ୟକ୍ତ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *